Odiapua.com

ଟ୍ରାକ୍ଟର ଦୁର୍ଘଟଣା ୨ ମୃତ, ଜଣେ ଗୁରୁତର

ପଟାଙ୍ଗୀ ୨୬-୮ (ଓଡିଆ ପୁଅ/ମେଘା ଗୁଣ୍ଠା) ପଟାଙ୍ଗି ବ୍ଲକ ଆମ୍ପ।ବାଲି ଗ୍ରାମପଞ୍ଚାୟତର ସିମେଣ୍ଟକଳ ନିକଟସ୍ଥ ଏକ ବ୍ରିଜ ତଳକୁ ଟ୍ରାକ୍ଟର ଖସିବା ଫଳରେ ଚାଳକ ସହ ଜଣେ ମୃତ ଏବଂ ଜଣେ ଗୁରୁତର ହୋଇଛନ୍ତି। ସୂଚନାଯୋଗ୍ୟ ଶନିବାର ସନ୍ଧ୍ୟା ସାତଟା ସମୟରେ ଆମ୍ପାବାଲି ଗ୍ରାମର ଏକ ଚାଷ ଜମିରେ ହଳ କରି ଏକ ଟ୍ରାକ୍ଟର ପେଦାପାଡୁ ଗ୍ରାମକୁ ଚାଳକ ସହ ଦୁଇ ଜଣ ଫେରୁଥିବା ସମୟରେ ଆମ୍ପାବାଲି ସିମେଣ୍ଟକଳ ନିକଟସ୍ଥ ଏକ ବ୍ରିଜ ତଳକୁ ଖସି ଯିବା ଫଳରେ ଟ୍ରାକ୍ଟର ତଳେ ଚାଳକ ଭିମ ପେଟକାରୀ ବୟସ (୨୬)ଙ୍କର ମୃତ୍ୟୁ ଘଟଣା ସ୍ଥଳରେ ହୋଇଥିଲା ଏବଂ ରାମୁ ସିନ୍ତା ବୟସ(୨୫)ଙ୍କୁ ଚିକିତ୍ସା ନିମନ୍ତେ ନେଉଥିବା ସମୟରେ ମୃତ୍ୟୁ ବରଣ କରିଥିବା ନେଇ ଓ ଗୁରୁତର ଅବସ୍ଥାରେ ଗାଙ୍ଗୁଲଭୋଇ ବୟସ(୨୫)ଙ୍କୁ ଗୁରୁତର ଅବସ୍ଥାରେ ଆନ୍ଦ୍ର ପ୍ରଦେଶର ସାଲୁର ଚିକିତ୍ସା ନିମନ୍ତେ ସ୍ଥାନାନ୍ତରିତ କରିଥିବା ବେଳେ ତାଙ୍କର ବାମ ଗୋଡ଼ ଭାଙ୍ଗିଥିବା ନେଇ ଜଣାପଡିଅଛି।ସୂଚନା ପାଇ ପଟାଙ୍ଗି ଥାନାର ଏଏସଆଇ ମଧୁସୂଦନ ନାଏକ ଘଟଣା ସ୍ଥଳରେ ପହଞ୍ଚି ମୃତ ଶରୀର ଗୁଡିକୁ ପଞ୍ଚନାମାକରିବା ସହ ବ୍ୟବଚ୍ଛେଦ କରିବା ପରେ ପରିବାର ଵର୍ଗଙ୍କୁ ହସ୍ତାନ୍ତର କରିଥିବା ଏବଂ ଏନେଇ ଏକ କେଶ ରୁଜୁ କରିଥିବା ନେଇ ଏଏସଆଇ ମଧୁସୂଦନ ନାଏକ ସୂଚନା ଦେଇଅଛନ୍ତି।