Odiapua.com

ଟିପ୍ପରକୁ ଧକ୍କା ଦେଲା କାର ;୨ ମୃତ

କୋରାପୁଟ ; ତା୨୬-୦୨-୧୯(ଓଡିଆ ପୁଅ/ରଂଜନ କୁମାର ଦାସ)କୋରାପୁଟ ଟଉନଥାନା ଅନ୍ତର୍ଗତ ଗ୍ରୀନଭେଲି ଢାବା ନିକଟରେ ଠିଆହୋଇଥିବା ଟିପ୍ପରକୁ ଧକ୍କା ଦେଇ କାରରେ ବସିଥିବା ୨ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।ଦୀପକ ସାମାନ୍ତରାୟ ଜୟପୁରରୁ ସେମିଲିଗୁଡାକୁ ଏକ କାରରେ ଯାଉଥିବା ବେଳେ ଠିଆହୋଇଥିବା କାରଟି ଟିପ୍ପରକୁ ଧକ୍କା ଦେଇଥିଲା।ଘଟଣାସ୍ଥଳରେ ଦୀପକଙ୍କ ମୃତ୍ୟୁ ହୋଇଥିଲା।ଡ୍ରାଇଭର ରାକେଶ ଶର୍ମାଙ୍କୁ କୋରାପୁଟ ଡାକ୍ତରଖାନାକୁ ଅଣାଯାଇଥିଲା କିନ୍ତୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ।