Odiapua.com

ଟିକିରୀ ସ୍କୁଲ ପାହଚ ପାଚେରୀ ଭୁଷୁଡିପଡିବା ଘଟଣା; ୧୧ ଛାତ୍ରୀ କୋରାପୁଟରେ ଭର୍ତି ;ଜଣେ ଛାତ୍ରୀ ଗୁରୁତର

କୋରାପୁଟ ;ତା୧୩-୦୭-୧୯(ଓଡିଆପୁଅ /ରଂଜନ କୁମାର ଦାସ) ପାହଚ ପାଚେରୀ ଭୁଷୁଡି ଆହତ ହୋଇଥିବା ରାୟଗଡା ଜିଲା କାଶିପୁର ବ୍ଲକ ଟିକିରୀ ସରକାରୀ ଉଚ ବିଦ୍ୟାଳୟର ୧୧ଜଣ ଛାତ୍ରୀ ବର୍ତମାନ କୋରାପୁଟ ଏସଏଲଏନ ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିସôିତ ହେଉଛନ୍ତି । ଦଶମ ଶ୍ରେଣୀର ମଂଜମିତା ନାୟକ,ନବମ ଶ୍ରେଣୀର ଶାରଦା ନାୟକ,ସୂବର୍ଣା ନାୟକ,ତୂଳସୀ ନାୟକ,୍ଅଷ୍ଟମ ଶ୍ରେଣୀର ଗିତାଂଜଳୀ ନାୟକ,ଅନୁପମା ନାୟକ,ନନ୍ଦିନୀ ନାୟକ ,ଷଷ୍ଠ ଶ୍ରେଣୀର ନିରୂପମା ନାୟକ,ରମଣି ନାୟକ ,ସନ୍ତୋଷୀ ନାୟକ ଏବଂ ରିଙ୍କି ନାୟକ କୋରାପୁଟ ମେଡିକାଲ କଲେଜରେ ଚିକିସôିତ ହେଉଛନ୍ତି । ତେବେ ବର୍ତମାନ ସମସ୍ତ ଛାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ୱାଭାବିକ ଥିବାବେଳେ ବିଭିନ୍ନ ପରୀକ୍ଷା ରିପୋର୍ଟ ଆସିବା ପରେ ସମ୍ପୃକ୍ତ ବିଶେଷଜ୍ଞ ଡାକ୍ତର ମାନଙ୍କ ଦ୍ୱାରା ଅଧିକ ଚିକିସôା ଯୋଗାଇ ଦିଆଯିବ ବୋଲି ମେଡିକାଲ କଲେଜ ଅଧୀକ୍ଷକ ପ୍ରଫେସର ହରେକୃଷ୍ନ ଦଳେଇ ସୂଚନା ଦେଇଛନ୍ତି । କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା,ବିଧାୟକ ରଘୁରାମ ପଡାଲ,ପଟ୍ଟାଙ୍ଗି ବିଧାୟକ ପୀତମ ପାଢି,ରାୟଗଡା ଜିଲ୍ଲା ଯୁବ ବିଜେଡି ଉପସଭାପତି ଅମିତ କୁମାର ନାୟକ ,ରାୟଗଡା ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହା , ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନଶିକ୍ଷକ କୂଳମଣି ବଳିୟାର ସିଂ ,କୋରାପୁଟ ଉପ-ଜିଲାପାଳ ଲଳିତ କୁମାର କହଁର,ଜିଲା ମଙ୍ଗଳ ଅଧିକାରୀ ମଧୁସ୍ମିତା ମହାପାତ୍ର ପ୍ରମୁଖ ହସ୍ପିଟାଲ୍ ଯାଇ ଛାତ୍ରୀ ମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଓ ଚିକିସôା ସମ୍ପର୍କରେ କଲେଜ୍ ଅଧୀକ୍ଷକ ପ୍ରଫେସର ଦଳେଇଙ୍କ ସହ ଆଲୋଚନା କରିଛନ୍ତି । ଅନ୍ୟ ପକ୍ଷରେ ରାଜ୍ୟ ସରକାରଙ୍କ ପକ୍ଷରୁ ରାୟଗଡା ଜିଲା ମଙ୍ଗଳ ଅଧିକାରୀ ନନ୍ଦଲାଲ ବିଶ୍ୱାଲ , ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ଟୁକୁ ବାରିକ ଓ କୋରାପୁଟ ପିଏ ଆଇଟିଡିଏ କାର ସୋରେନ ମେଡିକାଲ କଲେଜରେ ଉପସ୍ଥିତ ରହି ଚିକିସôା ନିମନ୍ତେ ଆବଶ୍ୟକୀୟ ସମସ୍ତ ସହାୟତା ଯୋଗାଇ ଦେଉଛନ୍ତି ।ଛାତ୍ରୀ ରମଣୀ ନାୟକଙ୍କ ଥାଇ ଭାଙ୍ଗିଯାଇଥିବା ପରୀକ୍ଷାରୁ ଜଣାପଡିଥିଲା ବୋଲି ରାୟଗଡା ସମନ୍ନିତ ଆଦିବାସୀ ଉନ୍ନୟନ ସଂସ୍ଥାର ପିଏ ଶ୍ରୀ ବାରିକ ସୂଚନା ଦେଇଛନ୍ତି ।୭୨ ଘ. ନିରୀକ୍ଷଣ ରଖିବା ପରେ ଅସ୍ତ୍ରୋପଚାର କରାଯିବ ବୋଲି ଅସ୍ଥିଶଲ୍ୟ ଡାକ୍ତର ପ୍ରକାଶ କରିଥିଲେ ତେଣୁ ୭୨ ଘ.ପରେ ଅସ୍ତ୍ରୋପଚାର କରାଯିବ ବୋଲି ସେ ପ୍ରକାଶ କରିଥିଲେ ।ଏଠାରେ ଯାହାଖର୍ଚ୍ଚ ହେବ ତାହାକୁ ରାୟଗଡା ଜିଲ୍ଲା ପ୍ରଶାସନ ବହନ କରିବ ବୋଲି ସେ ପ୍ରକାଶ କରିଥିଲେ ।ଏହି ଘଟଣାର ତଦନ୍ତ କରାଯାଉଛି ରିପୋର୍ଟ ଆସିଲାପରେ କାରଣ ସଂପର୍କରେ କୁହାଯାଇପାରିବ ବୋଲି ସେ ମତବ୍ୟକ୍ତ କରିଥିଲେ । ସୂଚନା ଥାଉକି ଯେ ଗତକାଲି ଟିକରୀ ସରକାରୀ ଉଚ ବିଦ୍ୟାଳୟର କେତେକ ଛାତ୍ରୀ ଶିଡି ଉପରେ ରହିଥିବା ପାଚେରୀରେ ଡେରା ଦେଇ ବାହୁଡା ଯାତ୍ରା ଦେଖୁଥିବାବେଳେ ଅଚାନକ ପାହଚ ପାଚେରୀ ଭୁଷୁଡି ପଡିଥିଲା । ଫଳରେ ଛାତ୍ରୀମାନେ ତଳେ ଚାପି ହୋଇ ଚିକ୍ତର କରିବାରୁ ନିକଟରେ ଥିବା ସ୍ଥାନୀୟ ଯୁବକ ମାନେ ଉଦ୍ଧାର କରି ଟିକିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ । ୧୧ଜଣ ଛାତ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତହ କରାଯାଇଥିଲା ।