Odiapua.com

ଝୁଲନ୍ତା ଅବସ୍ଥାରେ ଓଏସଏପି ୩ ୟ ବାଟାଲିୟନରେ କାର୍ଯ୍ୟରତ କନେଷ୍ଟବଲଙ୍କ ମୃତଦେହ  ଉଦ୍ଧାର .ମୃତ୍ୟୁର କାରଣ ଅସ୍ପଷ୍ଟ

କୋରାପୁଟ ୦୨-୧୨(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ଓଏସଏପି ୩ ୟ ବାଟାଲିୟନରେ କାର୍ଯ୍ୟରତ ଜଣେ କନେଷ୍ଟବଲଙ୍କ ଝୁଲନ୍ତା ଅବସ୍ଥାରେ ପୋଲିସ ମୃତଦେହ ଉଦ୍ଧାର କରିଥିବା ଜଣାପଡିଛି ।କୋରାପୁଟ ଆଂଚଳିକ ପରିବହନ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଜଙ୍ଗଳରେ କୈାଣସି ଅଜଣାଲୋକର ମୃତଦେହ ଝୁଲନ୍ତା ଅବସ୍ଥାରେ ରହିଥିବା ଅଂଚଳବାସୀ ଦେଖି କୋରାପୁଟ ଟାଉନଥାନାକୁ ଖବର ଦେଇଥିଲେ ।ସୁନ୍ଦରଗଡ ଜିଲ୍ଲା ଦେଓବାହାଲ ଗ୍ରାମର ଦୀପକ କୁମାର ଡୁଙ୍ଗଡୁଙ୍ଗ କୋରାପୁଟ ଓଏସଏପି ୩ ୟ ବାଟାଲିୟନରେ କନେଷ୍ଟବଲ ଭାବେ ଚାକିରୀ କରୁଥିଲେ ବୋଲି କୋରାପୁଟ ଟାଉନଥାନା ଭାରପ୍ରାପ୍ତ ନିରୀକ୍ଷକ ଧିରେନ ପଟନାୟକ ପ୍ରକାଶ କରିଛନ୍ତି ।ସେ ଛୁଟିରେ ଯାଇଥିଲେ ।ଛୁଟିରେ ଆସି କାର୍ଯ୍ୟରେ ଯୋଗଦେବା ପରେ ସେ ନିଖୋଜ ହୋଇଯାଇଥିଲେ ବୋଲି ସେ ସୂଚନା ଦେବା ସହ ତାଙ୍କ ସ୍ତ୍ରୀ  ପୁନମ ଜ୍ୟୋତି ଡୁଙ୍ଗଡୁଙ୍ଗ ୨୪ ତାରିଖରେ ଫୋନ କରିଥିଲେ କିନ୍ତୁ ଫୋନ ସୁଇଜ ଅଫ ଥିଲା ବୋଲି ସେ ପ୍ରକାଶ କରିଥିଲେ ।ଏହାପରେ ସେ କାର୍ଯ୍ୟାଳୟକୁ ଯାଇ ସ୍ୱାମୀଙ୍କ  ସଂପର୍କରେ ପଚାରିଥିଲେ ।କିନ୍ତୁ ସେ ନିଖୋଜ ଥିବା କାର୍ଯ୍ୟାଳୟ ତରଫରୁ ଜଣାଇ ଦିଆଯାଇଥିଲା ।ଗତକାଲି କୋରାପୁଟ ଟାଉନଥାନାରେ ପୁନମ ତାଙ୍କ ସ୍ୱାମୀ ନିଖୋଜ ହୋଇଥିବା ଏକ ରିପୋର୍ଟ ପ୍ରଦାନ କରିଥିଲେ ସେ ସୂଚନା ଦେଇଥିଲେ  । ଆଂଚଳିକ ପରିବହନ କାର୍ଯ୍ୟାଳୟ ସମ୍ମୁଖରେ  ଝୁଲନ୍ତା ମୃତଦେହ ରହିଥିବା ଖବର ପାଇ ପୋଲିସ ଘଟଣାସ୍ଥଳକୁ ଯାଇଥିଲା ।ପୁନମ ଜ୍ୟୋତି ମୃତଦେହକୁ ଚିହ୍ନଟ କରିବା ପରେ ଶବ ବ୍ୟବଛେଦ କରାଯାଇଥିଲା ବୋଲି ସେ ପ୍ରକାଶ କରିଥିଲେ  ା ଶବ ବ୍ୟବଛେଦ ପରେ ମୃତଦେହ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା ।ଶବ ବ୍ୟବଛେଦ ରିପୋର୍ଟ ମିଳିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ସେ ପ୍ରକାଶ କରିଛନ୍ତି ।