Odiapua.com

ଜୟପୁର ସିଆଡିମାଳ ଗଣଦୁର୍ଷ୍କମ ପୀଡିତା ଚିକିତ୍ସାଧିନ ଅବସ୍ଥାରେ କୋରାପୁଟ ହସପିଟାଲରେ ମୃତ୍ୟୁ ; ଶବ ବ୍ୟବଛେଦ ପରେ ମୃତଦେହ ପରିବାରବର୍ଗଙ୍କୁ ହସ୍ତାନ୍ତର ; ୨ ଜଣ ଶିଶୁଙ୍କୁ ଉପଯୁକ୍ତ ଥଇଥାନ କରାଯିବ

କୋରାପୁଟ ; ତା୨୦-୧୨-୧୮(ଓଡିଆପୁଅ/ରଂଜନ କୁମାର ଦାସ) ଜୟପୁର ସିଆଡିମାଳ ଗଣଦୁର୍ଷ୍କମ ପୀଡିତା ଚିକିତ୍ସାଧିନ ଅବସ୍ଥାରେ କୋରାପୁଟ ହସପିଟାଲରେ ଗତକାଲି ରାତ୍ରୀରେ ମୃତ୍ୟୁବରଣ କରିଥିଲେ ବୋଲି ଜଣାପଡିଛି।ଜୟପୁର ସଦର ଥାନା ଭାରପ୍ରାପ୍ତ ନିରୀକ୍ଷକ କୈଳାସ ସେଠୀ କୋରାପୁଟ ମେଡିକାଲରେ ପହଂଚି ଶବ ବ୍ୟବଛେଦ କରି ମୃତଦେହ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଥିଲେ ବୋଲି ଜଣାପଡିଛି।କୋରାପୁଟ ଜିଲ୍ଲା ପ୍ରଶାସନ ତରଫରୁ ମୃତକ ପରିବାରବର୍ଗଙ୍କୁ ରେଡକ୍ରସରୁ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଥିବା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାଜର୍ଶି ଦାସ ସୂଚନା ଦେଇଥିଲେ।ମୃତ ମହିଳାଙ୍କ ଗୋଟିଏ ଝିଅ ଓ ପୁଅକୁ ଉପଯୁକ୍ତ ଥଇଥାନ କରିବାକୁ ସଂପର୍କିୟ ରବିନ୍ଦ୍ର ହନ୍ତାଲ ଦାବି କରିଥିଲେ।ଶିଶୁ ମଙ୍ଗଳ କମିଟି ଉକ୍ତ ଗ୍ରାମକୁ ଯାଇ ତଦନ୍ତ କରିବା ପରେ ୨ ଶିଶୁଙ୍କ ପାଠପଢାଠାରୁ ଆରମ୍ଭ କରି ଉପଯୁକ୍ତ ଥଇଥାନ କରାଯିବ ବୋଲି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାଜର୍ଶି ଦାସ ପ୍ରକାଶ କରିଥିଲେ।ସୂଚନାଯୋଗ୍ୟ ଯେ ଉପରୋକ୍ତ ମାମଲାରେ ପୋଲିସ ୨ ଜଣ ଅଭିଯୁକ୍ତ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି।ଜିଲ୍ଲା ପ୍ରଶାସନ ତରଫରୁ ମାଗଣାରେ ମହାପ୍ରୟାଣ ଗାଡିରେ ମୃତଦେହକୁ ସିଆଡିମାଳ ନିଆଯାଇଥିବା ଜଣାପଡିଛି।