Odiapua.com

ଜୟପୁର ବିଧାୟକ ସମ୍ବର୍ଦ୍ଧିତ

କୋରାପୁଟ ୦୮-୦୬ (ଓଡିଆ ପୁଅ/ରଂଜନ କୁମାର ଦାସ)କୋରାପୁଟ ପ୍ରେସକ୍ଲବ ସଭ୍ୟମାନେ ଜୟପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ନୂତନ ନିର୍ବାଚିତ ବିଧାୟକ ତାରା ପ୍ରସାଦ ବାହନିପତିଙ୍କୁ ସମ୍ବର୍ନ୍ଧିତ କରିଥିଲେ।କୋରାପୁଟ ପ୍ରେସକ୍ଲବର ସଭାପତି ଭବାନୀ ଶଙ୍କର ମିଶ୍ର ଉପଢୈାକନ ଦେଇ ସମ୍ବର୍ନ୍ଧିତ କରିଥିଲେ।କୋରାପୁଟ ପ୍ରେସକ୍ଲବର ସଭ୍ୟ ପରିକ୍ଷିତ ବିଶ୍ୱାଲ, ଲକ୍ଷ୍ମି ପ୍ରସାଦ ରଥ, ବାବୁଲ ସିଂ, ସି.ଏଚ.ସାନ୍ତାକାର, ରଞ୍ଜନ କୁମାର ଦାସ, ଅରୁଣ ଦାଶ, ପ୍ରଶାନ୍ତ କୁମାର ସାମନ୍ତରାୟ, ପତି ତପାବନ ସାହୁ, ଅମିତାଭ ବେହେରା, ଏସ.ଆଚାର୍ଯ୍ୟ, ଘନଶ୍ୟାମ ରଥ ପ୍ରମୁଖ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।ଏହି ଅବସରରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାନେତ୍ରୀ ମିନାକ୍ଷୀ ବାହିନିପତି, କୋରାପୁଟ ମ୍ୟୁନସିପାଲଟିର ନିର୍ବାହୀ ଅଧିକାରୀ ଗୌରଚନ୍ଦ୍ର ପଟନାୟକ, ସହକାରୀ ଯନ୍ତ୍ରୀ ମନୋଜ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।