Odiapua.com

ଜୟପୁର ଜଗନ୍ନାଥ ସାଗର ପୁନରୁଦ୍ଧାର ନିମନ୍ତେ ବୈଠକ

କୋରାପୁଟ ୦୫-୦୧(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ଜୟପୁର ଜଗନ୍ନାଥସାଗରର ପୁନଃଦ୍ଧାର ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି, ଜୟପୁର ଉପଜିଲ୍ଲାପାଳ ହେମକାନ୍ତ ସାଏ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରବୀର କୁମାର ନାୟକ, ସୁନାବେଡା ହାଲର ଡିଜିଏମ କେ.ଅଶୋକନ, ସିଏମ(ଏଚଆର) ସୂର୍ଯ୍ୟକାନ୍ତ ରାଉତ, ଡିଏମ(ଏଚଆର) ଅକ୍ଷୟ କୁମାର ପାତ୍ର, ଜୟପୁର ବନଖଣ୍ଡ ଅଧିକାରୀଏନଏସ.ଜି.ପି.ସିଂ, ଜନସ୍ୱାସ୍ଥ୍ୟ ବିଭାଗ ନିର୍ବାହୀ ଯନ୍ତ୍ରୀ ସର୍ବେଶ୍ୱର ଜେନା, ଜୟପୁର ତହସିଲଦାର ଟୁଲିଆମା ପ୍ରଧାନ, ସୁପରଭାଇଜର ଟୁନା ପଟନାୟକ, କ୍ଷୁଦ୍ର ଜଳସେଚନ ବିଭାଗର ଉପ ନିର୍ବାହୀ ଯନ୍ତ୍ରୀ ଏସ.କେ.ତ୍ରୀପାଠୀ ରାୟଗଡା ଏସପିସିଡିର ଏଇଏଫ ବି.ସିଏଚ.ମାରାଣ୍ଡି ଓ ଏଇଇ ଆର.କେ.ସାହୁ, ଜୟପୁର ମ୍ୟୁନସିପାଲଟିର ଯନ୍ତ୍ରୀ ପ୍ରଭାକର ଦାଶ, ଜିଲ୍ଲା ମତ୍ସ ଅଧିକାରୀ ଅରୁଣ କୁମାର ବେହେରା, ରାସ୍ତା ଓ ଗୃହ ଜୟପୁର ବିଭାଜନର ନିର୍ବାହୀ ଯନ୍ତ୍ରୀ ଭାସ୍କର ଚନ୍ଦ୍ର ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ।ଜଗନ୍ନାଥ ସାଗରରୁ ମୂଲରୁ ଦଳ ସଫା କରିବା ନିମନ୍ତେ ୨ ଦିନ ମଧ୍ୟରେ ଜଣେ ବିଶେଷଜ୍ଞ ପହଂଚିବେ ବୋଲି ଜିଲ୍ଲାପାଳ ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି। ମୂଲରୁ ଦଳ ସଫା ହେବା, ଭଲ ପାଣି ପ୍ରବେଶ ଓ ମଇଲା ପାଣି ନିଷ୍କାସନ ପ୍ରଭୃତି କାର୍ଯ୍ୟ ନିମନ୍ତେ ଖୁବ ଶ୍ରୀଘ୍ର ଏକ ଡିପିଆର ପ୍ରସ୍ତୁତ କରାଯାଇ ପୁନଃଦ୍ଧାର କାର୍ଯ୍ୟ ଆରମ୍ଭ ହେବ ବୋଲି ସେ ପ୍ରକାଶ କରିଥିଲେ।ପ୍ରାଥମିକ ପର୍ଯ୍ୟାୟରେ ହାଲ ସିଏସଆର ପାଣ୍ଠିରୁ ଖର୍ଚ୍ଚ କରାଯିବ ଓ ମାର୍ଚ୍ଚ ପରେ ଆଉ ଅର୍ଥ ପ୍ରଦାନ କରିବାକୁ ହାଲ କର୍ତ୍ତୃପକ୍ଷଙ୍କୁ କୁହାଯିବ ବୋଲି ସେ ସୂଚନା ଦେଇଛନ୍ତି। ଏହି କାର୍ଯ୍ୟକ୍ରମକୁ ନ୍ୟାୟକ ବିଭାଗର ଅଧିକାରୀ ଏନ.ଜଗଜୀବନ ଚୈାଧୁରୀ ଯୋଗଦେଇ ପରିଚାଳନା କରିଥିବା ବେଳେ ବିଭାଗୀୟ ଅଧିକାରୀ ବସନ୍ତ ପଣ୍ଡା ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ।