Odiapua.com

 ଜୟପୁର କୋଭିଡ ହସ୍ପିଟାଲକୁ ମୈତ୍ରୀ ଇନଫ୍ରା ଦେଲା ୩୦ଟି ଏନଆଇଭି ମାସ୍କ

କୋରାପୁଟ ୧୩-୦୬(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ଜିଲ୍ଲାରେ ମହାମାରୀ କରୋନା ଆକ୍ରାନ୍ତ  ପ୍ରତିଦିନ  ଚିହ୍ନଟ ହେଉଥିବାବେଳେ  ମୈତ୍ରୀ ଇନଫ୍ରଷ୍ଟ୍ରକଚର ଏଣ୍ଡ ମାଇନିଂ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ଦ୍ୱାରା  ଜୟପୁର କୋଭିଡ ହସ୍ପିଟାଲକୁ ୩୦ ଗୋଟି  ନନ ଇନଭେସିଭ ଭେଂଟିଲେସନ(ଏନଆଇଭି) ମାସ୍କ ପ୍ରଦାନ କରାଯାଇଛି । ଜିଲ୍ଲାପାଳ  ଅବଦ୍ଦାଲ ଏମ ଅଖତରଙ୍କ  ଅନୁରୋଧ କ୍ରମେ  ମୈତ୍ରୀ ଇନଫ୍ରଷ୍ଟ୍ରକଚର ଏଣ୍ଡ ମାଇନିଂ ଇଣ୍ଡିଆ ପ୍ରାଇଭେଟ ଲିମିଟେଡର ଅଧ୍ୟକ୍ଷ ଟି.ଶ୍ରୀନିଭାସ ରାଓଙ୍କ  ନିର୍ଦ୍ଦେଶରେ କମ୍ପାନୀର ଏଚଆର ମ୍ୟାନେଜର ଲଳିତ ବ୍ରହ୍ମାଙ୍କ ନେତୃତ୍ୱରେ  ଜନ ସମ୍ପର୍କ ଅଧିକାରୀ ପିଲୁ ଗରଡା,ତୂଷାର କାନ୍ତ ତୁରୁକ,ପୃଷ୍ଟି ଦୁରିଆ ପ୍ରମୁଖ ଜିଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଅରୁଣ କୁମାର ପାଢୀଙ୍କୁ  ୩୦ଟି ଏନଆଇଭି ମାସ୍କ୍ ପ୍ରଦାନ କରିଛନ୍ତି । ସୂଚନା ଥାଉକି ଗତବର୍ଷ ମଧ୍ୟ ମହାମାରୀ କରୋନା ସମୟରେ ମୈତ୍ରୀ ଇନଫ୍ରା ମୁଖ୍ୟ ଟି.ଶ୍ରୀନିଭାସ ରାଓ  ରାଜ୍ୟ ସରକାରଙ୍କୁ ୧ଲକ୍ଷ  ମାସ୍କଏବଂ ଗତ ସପ୍ତାହରେ  ଏକଶହ  ଅକ୍ସିଜେନ ଫ୍ଲୋ ମିଟର ପ୍ରଦାନ କରିଥିଲାବେଳେ କମ୍ପାନୀ ତରଫରୁ କୋରାପୁଟ  ଏବଂ ରାୟଗଡା ଜିଲ୍ଲାର କୋଡିଙ୍ଗାମାଳି ଖଣି ପ୍ରଭାବୀତ ଅଂଚଳରେ ସାନିଟାଇଜର ,ସାବୁନ,ମାସ୍କ,ବାଂଟିବା ସହ  ବିଭିନ୍ନ ଗ୍ରାମକୁ ସାନିଟାଇଜ କରାଯାଇଥିଲା ।