Odiapua.com

ଜୟପୁରରେ ଏଆଇସିସି ସ୍କ୍ରିନିଂ କମିଟି

କୋରାପୁଟ ୧୫-୦୨-୧୯(ଓଡିଆ ପୁଅ /ରଂଜନ କୁମାର ଦାସ) ସାଧାରଣ ନିର୍ବାଚନ ଓ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ତାଲିକା ସଂଗ୍ରହ ପାଇଁ ଅଖୀଳ ଭାରତ କଂଗ୍ରେସ କମିଟିର ୫ଜଣିଆ ଟିମ୍ ଜୟପୁରରେ ଜିଲା ଓ ବ୍ଲକ ସ୍ତରୀୟ କର୍ମକର୍ତା ମାନଙ୍କ ମତାମତ ଗ୍ରହଣ କରିଛନ୍ତି। ଗୁଜୁରାଟ ବିଧାନସଭା ସଦସ୍ୟ ନୌସାଦ ସୋଲାଙ୍କିଙ୍କ ନେତୃତ୍ୱରେ ଆସିଥିବା ଟିମରେ ପିସିସି ଉପସଭାପତି ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ସମ୍ପାଦକ ଆକାଶ ଭୂୟାଁ, ଓବିସି ସେଲ୍ ମୁଖ୍ୟ କୁମାର ଚିରଂଜିବୀ, କଳାହାଣ୍ଡିର କଂଗ୍ରେସ ନେତା ଅଜିତ୍ ଦାସ ଆଜି ଜୟପୁରରେ କୋରାପୁଟ ଲୋକସଭା ସମେତ ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରାୟଗଡା ଜିଲାର ଗୁଣୁପୁର, ବିଷମକଟକ, ରାୟଗଡା, କୋରାପୁଟ ଜିଲାର ପଟ୍ଟାଙ୍ଗି, କୋରାପୁଟ, ଲକ୍ଷ୍ମୀପୁର, ଜୟପୁର ବିଧାନସଭା ଆସନ ନିମନ୍ତେ ପ୍ରାର୍ଥୀତ୍ୱକୁ ନେଇ ଦଳୀୟ କର୍ମକର୍ତାଙ୍କ ସହ ଆଲୋଚନା କରିଛନ୍ତି। ୨୦୧୯ ସାଧାରଣ ନିର୍ବାଚନରେ କୋରାପୁଟ ଜିଲାର ଜଣକୁ ଏମପି କଂଗ୍ରେସ ପ୍ରାର୍ଥୀ କରିବାକୁ କୋରାପୁଟ ଜିଲା ଓ ବ୍ଲକ କମିଟି ଗୁଡିକ ସ୍କ୍ରିନିଂ କମିଟି ଆଗରେ ଯୁକ୍ତି ବାଢିଥିବାବେଳେ କୋରାପୁଟ ବିଧାନସଭା ଆସନରେ ଜିଲା କଂଗ୍ରେସ କମିଟି ସୁପାରିସ କରିବା ପ୍ରାର୍ଥୀଙ୍କୁ ସମସ୍ତେ ସମର୍ଥନ କରିବେ ବୋଲି ସ୍କ୍ରିନିଂ କମିଟିକୁ କହିଥିବା ଜଣା ପଡିଛି। ସେହିପରି ଜୟପୁର ପାଇଁ ବିଧାୟକ ତାରା ପ୍ରସାଦ ବାହିନୀପତି, କୋଟପାଡ ପାଇଁ ବିଧାୟକ ଚନ୍ଦ୍ରଶେଖର ମାଝି, ପଟ୍ଟାଙ୍ଗିରେ ପୂର୍ବତନ ବିଧାୟକ ରାମଚନ୍ଦ୍ର କାଡାମ୍ଙ୍କ ନାଁ ନିଦ୍ୱର୍ନ୍ଦରେ ପ୍ରସ୍ତାବ ଆସିଥିଲେ ମଧ୍ୟ ଲକ୍ଷ୍ମୀପୁର ବିଧାୟକ କୈଳାଶ ଚନ୍ଦ୍ର କୁଲେଶିକାଙ୍କୁ ଏକ ବଡ ଗୋଷ୍ଠୀ ବିରୋଦ୍ଧ କରୁଥିବା ଜଣା ପଡିଛି। କୁଲେଶିକାଙ୍କ ବଦଳରେ ଦଶମନ୍ତପୁର ବ୍ଲକର ପୂର୍ବତନ ଅଧ୍ୟକ୍ଷ ରାଜେନ୍ଦ୍ର ହୁଇକାଙ୍କୁ ଲକ୍ଷ୍ମୀପୁର ଆସନରେ କଂଗ୍ରେସ ପ୍ରାର୍ଥୀ କରିବାକୁ ଦାବି ହୋଇଛି। ସେହିପରି ରାୟଗଡା ଜିଲାର ବିଷମକଟକ ବିଧାନସଭା ଆସନ ପାଇଁ ପୂର୍ବତନ ମନ୍ତ୍ରୀ ଡମ୍ବରୁଧର ଉଲାକା, ଗୁଣୁପୁର ନିମନ୍ତେ ବିଜୟ ଗମାଙ୍ଗ, ପୁରଷୋତମ ଗମାଙ୍ଗ ଓ ରାୟଗଡା ବିଧାନସଭା ପାଇଁ ପୂର୍ବର୍ତନ ମନ୍ତ୍ରୀ ରାମଚନ୍ଦ୍ର ଉଲାକାଙ୍କ ପତ୍ନୀ ରତ୍ନମଣି ଉଲାକା, ପୁଅ ସପ୍ତଗିରୀ ଉଲାକା, ପୂର୍ବତନ ମନ୍ତ୍ରୀ ଅନନ୍ତ ରାମ ମାଝିଙ୍କ ପୁଅ ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ ପପ୍ପୁ ମାଝିଙ୍କ ନାଁ ଚର୍ଚ୍ଚାକୁ ଆସିଛି।