Odiapua.com

ଜୟପୁରରୁ ଜଣଙ୍କୁ ଉଠାଇନେଲା ନାଗପୁରର ଆଂଟି ଟେରୋଜିମ ସ୍କ୍ୱାର୍ଡ(ଏଟିଏସ) ଟିମ

କୋରାପୁଟ ୧୦-୦୧ (ଓଡିଆ ପୁଅ /ରଂଜନ ଦାସ)ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ନାଗପୁର ଆଂଟି ଟେରୋଜିମ ସ୍କ୍ୱାର୍ଡ(ଏଟିଏସ) ଟିମ ଆଜି ଜୟପୁର ବ୍ଲକରୁ ଜଣଙ୍କୁ ଉଠାଇନେଇଥିବା ଜଣାପଡିଛି।ନାଗପୁର ବ୍ରାଂଚ ଏସଆଇ ଆଶିଷ ଠାକୁରଙ୍କ ନେତୃତ୍ୟରେ ଏଟିଏସ ଟିମ ଜୟପୁରରେ ଆସି ଗଡପଦର ପଂଚାୟତ ଅନ୍ତର୍ଗତ କଲଗୁଡା ଗ୍ରାମର ଗଞ୍ଜେଇ ମାଫିଆ ଖାଗପତି ପାଙ୍ଗୀଙ୍କୁ ଗିରଫ କରି ନାଗପୁର ନେଇଯାଇଥିବା ଜୟପୁର ସଦର ପୋଲିସ ସୂଚନା ଦେଇଥିବା ଜଣାପଡିଛି।ଅପରେସନରେ ଜୟପୁର ସଦର ପୋଲିସ ସାମିଲ ଥିଲା ବୋଲି ଜଣାପଡିଛି।