Odiapua.com

ଜୋନାଲସ୍ତରୀୟ ପ୍ରାଥମିକ ଶିକ୍ଷାଧିକାରୀଙ୍କ ସାଧାରଣ ବୈଠକ

କୋରାପୁଟ ୧୬-୧୦(ଓଡିଆ ପୁଅ /ରଂଜନ କୁମାର ଦାସ)ସ୍ଥାନୀୟ ସାଂସ୍କୃତିକ ପରିଷଦ ପରିସରରେ ଦକ୍ଷିଣ ପଶ୍ଚିମ ପ୍ରାଥମିକ ଶିକ୍ଷାଧିକାରୀଙ୍କ ସାଧାରଣ ବୈଟକ ଅନୁଷ୍ଠିତ ହୋଇଯାଇଛି ।ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ଇଶ୍ୱର ଚନ୍ଦ୍ର ପାଢୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ୧୧ ଟି ଜିଲ୍ଲାର  ୯୭ ଜଣ ଗୋଷ୍ଠୀ ଶିକ୍ଷା ଅଧିକାରୀ ଓ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀମାନେ ଯୋଗଦେଇଥିଲେ ।ରାଜ୍ୟ ସରକାର  ଗୋଷ୍ଠୀ ଶିକ୍ଷା ଅଧିକାରୀମାନଙ୍କୁ ବରିଷ୍ଠ ଶିକ୍ଷା ଅଧିକାରୀ ଭାବେ ପଦୋନ୍ନତି ଦେବାରେ ଅବହେଳା କରୁଥିବା ବୈଠକରେ ଅଭିଯୋଗ କରାଯାଇଥିଲା ।ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗ୍ରେଡ ପେ ୪୨୦୦ ଟଙ୍କାର ଅସଙ୍ଗତିକୁ ବୈଠକରେ ଘୋର ନିନ୍ଦା କରାଯାଇଥିଲା ।ଏହାର ସମାଧାନ ନିମନ୍ତେ ରାଜ୍ୟ ସରକାରଙ୍କୁ ଦାବିପତ୍ର ପ୍ରଦାନ କରିବାକୁ ବୈଠକରେ ନିଷ୍ପତି ନିଆଯାଇଥିଲା ।ଶେହରେ ପୁରୁଷୋତମ ମାଝି ଧନ୍ୟବାଦ ଅର୍ପଣ କରିଥିଲେ ।