Odiapua.com

ଜୀବନ ସଂଗ୍ରାମ ସାରସ୍ୱତ ଟ୍ରଷ୍ଟର ସାହିତ୍ୟ ସଭା

ବାଲେଶ୍ୱର, ୧୬ା୨(ଓଡ଼ିଆ ପୁଅ/ଅଭୟ ଦାସ): ପ୍ରଗତିଶୀଳ ସାରସ୍ୱତ ଅନୁଷ୍ଠାନ, ‘ଜୀବନ ସଂଗ୍ରାମ ସାରସ୍ୱତ ଟ୍ରଷ୍ଟ’ ପକ୍ଷରୁ ଏକ ସାହିତ୍ୟ ଆଲୋଚନା ଓ କବିତା ପାଠୋତ୍ସବ, ରାଜଘାଟ ସାଇ ଟେକ୍ନୋପ୍ଲାଜା ସଭାଗୃହରେ ସାହିତ୍ୟିକ ତଥା ମାଲକାନଗିରି ଜନଆନ୍ଦୋଳନର ଉପଦେଷ୍ଟା ବିଜୟ ଉପାଧ୍ୟାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ଟ୍ରଷ୍ଟର ଅଧ୍ୟକ୍ଷ ଡ.(ଇଂ) ହୃଷିକେଶ ସାହୁ ଟ୍ରଷ୍ଟ ପକ୍ଷରୁ ବିଭିନ୍ନ ସ୍ଥାନରେ ସାହିତ୍ୟ ଆଲୋଚନା ସଭାର ଉଦ୍ଦେଶ୍ୟ ସଂପର୍କରେ ସୂଚନା ଦେବା ସହ ସ୍ୱାଗତ ଭାଷଣ ଦେଇଥିଲେ। ସାହିତ୍ୟ ହିଁ ସମାଜର ଆତ୍ମା ଓ ସାହିତ୍ୟ ଜୀବନର ପ୍ରତିଚ୍ଛବି। ତେଣୁ ଜୀବନକୁ ଲୋକାଭିମୁଖୀ କରି ଜନଜୀବନର କଥାକୁ ପ୍ରତିଫଳିତ କରି ସର୍ବବ୍ୟାପୀ କରିବାରେ ଏହାର ଭୂମିକା ହେବା ଉଚିତ ବୋଲି ଆଲୋଚକମାନେ ଏହି ସାହିତ୍ୟ ସଭାରେ ମତପ୍ରକାଶ କରିଥିଲେ। ଟ୍ରଷ୍ଟର ସଦସ୍ୟ ଡା. ଅରୂପ ଅଭିଷେକ ଏହି କାର୍ଯ୍ୟକ୍ରମକୁ ସଂଚାଳନା କରିଥିଲେ। ଗାଳ୍ପିକ ଶିତାଂଶୁ ସେନାପତି, କବି ଇଂ. କାର୍ତ୍ତିକ ବାରିକ, ତୁଳସୀ ବେଜ, ଗୋବିନ୍ଦ ଦଳାଇ, ଗୌରାଙ୍ଗ ପାଣିଗ୍ରାହୀ, ବିକର୍ତ୍ତନ କବି, ଏହି ଅବସରରେ ବୈପ୍ଳବିକ କବିତା ପାଠ କରିଥିବାବେଳେ ବାମପନ୍ଥୀ ସଂଗଠକ ଶିଶିର ହୁଇ, ନିରଂଜନ ପରିଡ଼ା, ଦିଲ୍ଲୀପ ଗିରି, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ରବୀନ୍ଦ୍ର କୁମାର ମହାନ୍ତି, ରାଜେନ୍ଦ୍ର ନାଥ ବେହେରା, ଇଂ. ବନମାଳୀ ନାୟକ, ସନ୍ୟାସୀ ଚରଣ ପ୍ରଧାନ, କମଳ ଚକ୍ରବର୍ତ୍ତୀ, ନୀଳାମ୍ବର ସାହୁ, ବୀରେନ୍ଦ୍ର କୁମାର ଜେନା ପ୍ରମୁଖ ପ୍ରଗତିଶୀଳ ଓ ଲୋକାଭିମୁଖୀ ସାହିତ୍ୟର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଳେ। ଟ୍ରଷ୍ଟର ସଦସ୍ୟ ଇଂ. କାର୍ତ୍ତିକ ବାରିକ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।