ଯାଜପୁର୧୧ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)ସୋମବାର ପୂର୍ବାହ୍ନରେ ଯାଜପୁର ବ୍ଳ୍କର ଜାହାନପୁର ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ଭାରପ୍ରାପ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି ଅଧ୍ୟକ୍ଷତା କରିବା ସହ ଶିବିରକୁ ଆସୁଥିବା ଅଭିଯୋଗକାରୀଙ୍କର ସମସ୍ୟାର ସମାଧାନ ତ୍ୱରାନ୍ୱିତ ପ୍ରକ୍ରିୟାରେ କରିବାକୁ ପରାମର୍ଶ ଦେଇଥିଲେ । ଏହି ଶୁଣାଣିରେ ମିଳିଥିବା ମୋଟ ୧୬୧ ଗୋଟି ଅଭିଯୋଗ ମଧ୍ୟରୁ ୧୫୧ ଗୋଟି ବ୍ୟକ୍ତିଗତ, ୦୫ ଗୋଟି ସାମୁହିକ ଆବେଦନ ପତ୍ର ରହିଥିଲା । ରେଡକ୍ରସ ସହାୟତା ପାଇଁ ୦୪ ଗୋଟି ଆବେଦନ ମିଳିଥିବା ବେଳେ ଚିକିତ୍ସା ସହାୟତା ପାଇଁ ୨୫,୦୦୦/- ଟଂକା ଓ ମୁଖ୍ୟମନ୍ତ୍ରୀଙ୍କ ରିଲିପଂ ପାଣ୍ଠିରୁ ୧ ଗୋଟି ଆବେଦନ ପତ୍ର ମିଳିଥିବା ବେଳେ ଆବେଦନକାରୀଙ୍କୁ ୧୦,୦୦୦/- ଟଂକା ପ୍ରଦାନ କରାଯାଇଥିଲା । ଶିବିରରେ ତତ୍କ୍ଷଣାତ୍ ୮୩ ଗୋଟି ଅଭିଯୋଗର ସମାଧାନ କରାଯାଇଥିଲା ।