Odiapua.com

ଜିଲ୍ଲା ବିଜୁ ଯୁବବାହିନୀର ସମୀକ୍ଷା କଲେ ଅରୁପ ପଟନାୟକ

କୋରାପୁଟ ; ତା୧୮-୦୯-୧୮(ଓଡିଆପୁଅ /ରଂଜନ କୁମାର ଦାସ) ରାଜ୍ୟ ଯୁବ ମଙ୍ଗଳ ବୋର୍ଡର ନିର୍ବାହୀ ଅଧ୍ୟକ୍ଷ ଅରୁପ ପଟନାୟକ ଦିନିକିଆ କୋରାପୁଟ ଗସ୍ତରେ ଆସି ସେମିଲିଗୁଡା ବ୍ଲକ ସଭାଗୃହଠାରେ ଜିଲ୍ଲା ବିଜୁ ଯୁବ ବାହିନୀର କାର୍ଯ୍ୟକୁ ନେଇ ସମୀକ୍ଷା କରିଥିଲେ।ଏହି ସମୀକ୍ଷା ବୈଠକରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଦେବେନ କୁମାର ପ୍ରଧାନ, ପଟ୍ଟାଙ୍ଗୀ ବିଧାୟକ ପ୍ରଫୁଲ୍ଲ ପାଙ୍ଗୀ, ଜିଲ୍ଲାର ସମସ୍ତ ବିଡିଓ ଓ ମ୍ୟୁନସିପାଲଟିର ନିର୍ବାହୀ ଅଧିକାରୀ ଏବଂ ବିଜୁ ଯୁବ ବାହିନୀର ନୋଡାଲ ଅଧିକାରୀ କଳ୍ପନା ମହାପାତ୍ର ଉପସ୍ଥିତ ଥିଲେ।ସମୀକ୍ଷା ପରେ ଜିଲ୍ଲା ବିଜୁ ଯୁବ ବାହିନୀର ସଂଯୋଜକାମାନଙ୍କ ସହ ଶ୍ରୀ ପଟନାୟକ ମିଶି କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରିଥିଲେ।ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଇଂ ଇଶ୍ୱର ଚନ୍ଦ୍ର ପାଣିଗ୍ରାହୀ, ସୁନାବେଡା ମ୍ୟୁନସିପାଲଟି ଅଧ୍ୟକ୍ଷା ଶୁଭ୍ରଶ୍ରୀ ମଲ୍ଲିକ, କୋରାପୁଟ ଜିଲ୍ଲା ପରିଷଦ ଉପସଭାପତି ତୁଲସି କିରସାନି, ଜିଲ୍ଲାପରିଷଦ ସଭ୍ୟା ପାର୍ବତୀ ମସ୍ତି ଓ ବିନ୍ଦୁରାଣୀ ମିଶ୍ର, କ୍ରୀଟ ଅଧ୍ୟକ୍ଷ ଅଶୋକ କୁମାର ପାଙ୍ଗୀ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ଜିଲ୍ଲା ଯୁବ ବିଜେଡି ସଭାପତି ଅମିତ ଅଗ୍ରଓାଲ, ଉପସଭାପତି ଭରତ ମଲ୍ଲିକ, ପ୍ରଭାତ ସୂତାର ଏବଂ ଅନେକ ବିଜେଡି ନେତା ଶ୍ରୀ ପଟନାୟକଙ୍କୁ ସେମିଲିଗୁଡାଠାରେ ସ୍ୱାଗତ ଜଣେଇଥିଲେ।

କୋରାପୁଟ ଜିଲ୍ଲାରେ ବିଜୁ ଯୁବ ବାହିନୀ ତାର କାର୍ଯ୍ୟକ୍ରମକୁ ଠିକ ଭାବରେ ଅଗ୍ରସର ହେଉଥିବା ଓ ଯାହା ବି ସମସ୍୍ୟା ରହିଛି ତାହା ଲିପିବଦ୍ଧ କରିଛି ଭୁବନେଶ୍ୱର ଗଲାପରେ ତାହାର ସମାଧାନ କରାଯିବ ବୋଲି ରାଜ୍ୟ ଯୁବ ମଙ୍ଗଳ ବୋର୍ଡର ନିର୍ବାହୀ ଅଧ୍ୟକ୍ଷ ଅରୁପ ପଟନାୟକ ସୂଚନା ଦେଇଥିଲେ।ମୁଁ ଜଣେ କଡାବାପା ସାବତ ମା ନୁହେଁ ବୋଲି ଶ୍ରୀ ପଟନାୟକ ବାହିନୀର ସଭ୍ୟ /ସଭ୍ୟାମାନଙ୍କ ନିକଟରେ ଉପସ୍ଥାପନା କରିଥିଲେ।ପିଲାଟି କିପରି ଭଲ ମଣିଷଟିଏ ହେବ ଓ ସ୍ୱାଭିମାନ ହୋଇ ଓଡିଶାର ନାମ ରଖିବ ସେଥିପ୍ରତି ଅରୁପ ସଦାସର୍ବଦା ଚେଷ୍ଟା କରିବ ଏବଂ ନବିନବାବୁଙ୍କ ଏହି ଯୋଜନାଟି ନିଶ୍ଚିତ ଭାବେ ଦେଶରେ ସୁନାମ ଆଣିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଥିଲେ।ଆମ୍ଭର ଓଡିଆ ପିଲା କାହା ପାଖରେ ହାତ ପତେଇବ ନାହିଁ ଓ ନିଜ ବ୍ୟବସାୟ କରି ଅନ୍ୟକୁ ଚାକିରୀ ପ୍ରଦାନ କରିବ ଏହାହିଁ ଥିଲା ବିଜୁବାବୁଙ୍କ ସ୍ୱପ୍ନା ତେଣୁ ବିଜୁବାବୁଙ୍କ ସ୍ୱପ୍ନକୁ ତୁମ୍ଭେମାନେ ନିଶ୍ଚିତ ଭାବେ ସଫଳ କରିବ ବୋଲି ସେ ଆଶାବ୍ୟକ୍ତ କରି ମତ ଉପସ୍ଥାପନା କରିଥିଲେ।