Odiapua.com

ଜିଲ୍ଲା କୃଷି ରଣନୀତି କମିଟି ବୈଠକ

କୋରାପୁଟ ୧୮-୧୨ (ଓଡିଆ ପୁଅ /ରଂଜନ ଦାସ)ସ୍ଥାନୀୟ ଦକ୍ଷତା ବୃଦ୍ଧି ତାଲିମ କେନ୍ଦ୍ର ସଭାଗୃହଠାରେ ରବି ଫସଲ ନିମନ୍ତେ ଜିଲ୍ଲା କୃଷି ରଣନୀତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି।କୋରାପୁଟ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଭରତ ଚନ୍ଦ୍ର ନାଥଙ୍କ ପରିଚାଳନାରେ ଆୟୋଜିତ ବୈଠକରେ ଜିଲ୍ଲାପାଳ ମଧୁସୂଦନ ମିଶ୍ର ଯୋଗଦେଇ ୨୦୨୦ ବର୍ଷ ଖରିଫରେ ଧାନ ଓ ମାଣ୍ଡିଆ ଉତ୍ପାଦନ ଭଲ ରହିଥିବାରୁ ସନ୍ତୋଷବ୍ୟକ୍ତ କରିଥିଲେ।ଉପଯୁକ୍ତ ସମୟରେ ଚାଷୀମାନଙ୍କୁ ଜଳସେଚନ, ବିହନ ଓ ସାର ଯୋଗଇଦେବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।୨୦୨୦-୨୧ ବର୍ଷ ରବି ଫସଲ ନିମନ୍ତେ କାର୍ଯ୍ୟ ଖସଡା ପ୍ରସ୍ତୁତ କରାଯାଇଥିବା କୋରାପୁଟ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ନାଥ ସୂଚନା ଦେଇଛନ୍ତି।୨୬୬୬୫ ହେକ୍ଟର ଜମିରେ ଧାନଆଦି ଚାଷ କରିବାକୁ ଲକ୍ଷ୍ୟଧାର୍ଯ୍ୟ ରହିଥିବା ବେଳେ ୨୫୯୧୦ ହେକ୍ଟର ଜମିରେ ପନିପରିବା, ୩୭୮୭ ହେକ୍ଟର ଜମିରେ ମସଲାଜାତୀୟ ଚାଷ କରିବା ନିମନ୍ତେ ଲକ୍ଷ୍ୟଧାର୍ଯ୍ୟ ରହିଥିବା ସେ ସୂଚନା ଦେଇଛନ୍ତି।୬୪୭୨୩ ହେକ୍ଟର ଜମି ଜଳସେଚିତ ରହିଥିବା ସେ ପ୍ରକାଶ କରିଥିଲେ।ଏହି ବୈଠକରେ କୋରାପୁଟ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ମହେଶ୍ୱର ଚନ୍ଦ୍ର ନାୟକ, ଆତ୍ମା ଡିପିଡି କମଲ ଲୋଚନ ନାୟକ, କୋରାପୁଟ ଲିଡ ବ୍ୟାଙ୍କ ମୁଖ୍ୟ ମ୍ୟାନଜେର ଗୈାରଚନ୍ଦ୍ର ଶତପଥି, ଏଇଇ ରବିନ୍ଦ୍ରନାଥ ନାୟକ, ନନ୍ଦପୁର ଏଡିଓ ପି.ଭି.ଆର.ରାଓ, ଲମତାପୁଟ ବିଏଓ ଏମ.ପ୍ରକାଶ ରାଓ, ଓଏସଏସସି ଜୋନାଲ ମ୍ୟାନେଜର ଏସ.ଦାସ, କୋରାପୁଟ ଆଇଟିଡିଏର ସତ୍ୟନାରାୟାଣ ମହାନ୍ତି ଓ ଶିବ ବେହେରା, ଏଏଓ ତାପସ ଚନ୍ଦ୍ର ରାୟ, ଅଭିମନ୍ୟୁ ସ୍ୱାଇଁ, ଏନ.ଜାନି, ପ୍ରତ୍ୟୁମ କୁମାର ଷଡଙ୍ଗୀ ଓ ଗୋଲକ ଚନ୍ଦ୍ର ନାୟକ ପ୍ରମୁଖଙ୍କ ସହ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।