Odiapua.com

ଜିଲ୍ଲାସ୍ତରୀୟ ରବିଧାନ ସଂଗ୍ରହ କମିଟି ବୈଠକ

କୋରାପୁଟ ୧୨-୦୪(ଓଡିଆ ପୁଅ /ରଂଜନ ଦାସ)ସ୍ଥାନୀୟ ସଦଭାବନା ସଭାଗୃହଠାରେ ଜିଲ୍ଲାସ୍ତରୀୟ ରବିଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି ।ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ କୋରାପୁଟ ବିଧାୟକ ତଥା ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ରଘୁରାମ ପଡାଲ ,ଅତିରିକ୍ତ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନ ,କୋରାପୁଟ ଉପଜିଲ୍ଲାପାଳ ଲଲିତ କୁମାର କହଁର , ଜୟପୁର ଉପଜିଲ୍ଲାପାଳ ହେମକାନ୍ତ ସାଏ , କୋରାପୁଟ ଉପଖଣ୍ଡ ପୋଲିସ ଅଧିକାରୀ ଗୁଣନିଧି ମଲ୍ଲିକ ପ୍ରମୁଖଙ୍କ ସହ ଜିଲ୍ଲାର ଅନ୍ୟାନ୍ୟ ଅଧିକାରୀ ଓ ଚାଷୀମାନେ ଉପସ୍ଥିତ ଥିଲେ ।ଜିଲ୍ଲାରେ ୬୭ ମଣ୍ଡି ସ୍ଥାପନ କରାଯାଇଥିବା ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତର ସୂଚନା ଦେଇଛନ୍ତି । ଏ ପର୍ଯ୍ୟନ୍ତ ଜିଲ୍ଲାରେ ୧୨୮୦୦ଜଣ ଚାଷୀ ପଞିକରଣ କରିଥିବା ସେ ପ୍ରକାଶ କରିବା ସହ ଆସନ୍ତା ମାସ ୧ ତାରିଖରୁ ଧାନକ୍ରୟ କରିବା ନିମନ୍ତେ ଲକ୍ଷ୍ୟ ରଖାଯାଇଥିବା ସେ ସୂଚନା ଦେଇଛନ୍ତି ।ଭାରପ୍ରାପ୍ତ ଜିଲ୍ଲା ଯୋଗାଣ ଅଧିକାରୀ ରବି ନାରାୟଣ ନନ୍ଦ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଜୟପୁର ବିଧାୟକଙ୍କ  ପ୍ରତିନିଧି ଭଗବାନ ବାହିନିପତି , ଲକ୍ଷ୍ମିପୁର ବିଧାୟକଙ୍କ ପ୍ରତିନିଧି ଲିଙ୍ଗରାଜ ବେହେରାଙ୍କ ସହ ଜିଲ୍ଲାର ବଜାର ନିୟନ୍ତ୍ରକମାନେ ଯୋଗଦେଇଥିଲେ ।