Odiapua.com

ଜିଲ୍ଲାସ୍ତରୀୟ ପ୍ରବାସୀ ଭାରତୀୟ ଦିବସ ପାଳିତ

ଭଦ୍ରକ, ୮ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରବାସୀ ଭାରତୀୟମାନଙ୍କର ଦେଶ ଗଠନରେ ଭୂମିକା ଓ କର୍ତବ୍ୟକୁ ସମ୍ମାନ ଜଣାଇବା ସହ ଆର୍ନ୍ତଜାତୀୟସ୍ତରରେ ବିଭିନ୍ନ କ୍ଷେତ୍ରରେ ସେମାନଙ୍କ କୃତିତ୍ୱକୁ ସାର୍ବଜନୀନ କରି ଜନ ଭାଗିଦାରୀ ମନୋଭାବକୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରସାରିତ କରିବା ଉଦ୍ଦେଶ୍ୟରେ ୧୮ତମ ପ୍ରବାସୀ ଭାରତୀୟ ଦିବସ ଭଦ୍ରକ ଜିଲ୍ଲାସ୍ତରରେ ୮ ଜାନୁୟାରୀ ୨୦୨୫ ସରକାରୀ ଉଚ୍ଚ ବିଦ୍ୟାଳୟ, ଭଦ୍ରକ ପରିସରରେ ପାଳନ କରାଯାଇଛି । ଏହି ଅବସରରେ ପୂର୍ବାହ୍ନରେ ବିଭିନ୍ନ ବ୍ଲକ୍ ରୁ ସାତଟି ବିଭାଗରେ ଶ୍ରେଷ୍ଠ ବିବେଚିତ ପ୍ରତିଯୋଗୀମାନଙ୍କ ମଧ୍ୟରେ ଉଚ୍ଚ ମାଧ୍ୟମିକ , ମାଧ୍ୟମିକ ଓ କନିଷ୍ଠ ବର୍ଗରେ ୪୯ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ପୂର୍ବାହ୍ନ ୧୦ଟାରୁ ଭୁବନେଶ୍ୱରରେ ଆୟୋଜିତ ଜାତୀୟସ୍ତରୀୟ ଯୁବ ପ୍ରବାସୀ ଭାରତୀୟ ଉତ୍ସବର ସିଧାପ୍ରସାରଣ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦର୍ଶିତ ହୋଇଥିଲା । ଅପରାହ୍ନରେ ଆୟୋଜିତ ପୁରସ୍କାର ବିତରଣ ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଦିଲୀପ ରାଉତରାଏ ଯୋଗ ଦେଇ ଓଡ଼ିଶାର ଐତିହ୍ୟ ପରମ୍ପରା ଓ ପ୍ରବାସୀ ଭାରତୀୟମାନଙ୍କର ଜନ୍ମମାଟି ପ୍ରତି ପ୍ରତିବଦ୍ଧତା ଉପରେ ଆଲୋକପାତ କରିବା ସହ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ଉକ୍ତ ଉତ୍ସବରେ ଜିଲ୍ଲା ଶିକ୍ଷାଧିକାରୀ ଅକ୍ରୁର ବାରିକ ସ୍ୱାଗତ ଅଭିଭାଷଣ ଦେଇଥିବାବେଳେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଜଗବନ୍ଧୁ ସାହୁ ଧନ୍ୟବାଦ ପ୍ରସ୍ତାବ ରଖିଥିଲେ । ମଂଚାସୀନ ଅତିଥିମାନଙ୍କ ମଧ୍ୟରେ ଅନ୍ୟତମ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ପ୍ରଣୟ ନାୟକ , ବ୍ଲକ୍ ଶିକ୍ଷାଧିକାରୀ ଚକ୍ରଧର ମଲ୍ଲିକ , ସରକାରୀ ଉଚ୍ଚ ବିଦ୍ୟାଳୟ, ଭଦ୍ରକର ପ୍ରଧାନଶିକ୍ଷକ , ପ୍ରିୟଙ୍କା ପ୍ରିୟଦର୍ଶିନୀ ନାୟକ ,ନାରାୟଣ ଚନ୍ଦ୍ର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁକୀର୍ତି କର ଉପସ୍ଥିତ ଥିଲେ । ସମଗ୍ର ଶିକ୍ଷା ସଂଯୋଜିକା ଇତିଶ୍ରୀ ମିଶ୍ର ପ୍ରତିଯୋଗିତା ପରିଚାଳନା କରିଥିବାବେଳେ ବିଚାରକ ଭାବରେ ମୃତ୍ୟୁଞ୍ଜୟ ମହାନ୍ତି , ମନୋଜ ଭଟ୍ଟାଚାର୍ଯ୍ୟ , ଗୀତାରାଣୀ ଆଇଚ , ଗୌତମ ମହାରଣା , ଅଲେଖ ନାୟକ , ରତିକାନ୍ତ ଦାସ ଓ ନାରାୟଣ ବେହେରା ଯୋଗ ଦେଇଥିଲେ ।ଏହି କାର୍ଯ୍ୟକ୍ରମରେ ସମଗ୍ର ଶିକ୍ଷା କାର୍ଯ୍ୟାଳୟ ଓ ସରକାରୀ ଉଚ୍ଚ ବିଦ୍ୟାଳୟ, ଭଦ୍ରକର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।