Odiapua.com

ଜିଲ୍ଲାସ୍ତରୀୟ ପୋଷଣ ଉତ୍ସବ ପାଳିତ

କୋରାପୁଟ ; ତା୦୩-୦୯-୧୮(ଓଡିଆ ପୁଅ/ରଂଜନ କୁମାର ଦାସ)ଜାତୀୟ ପୁଷ୍ଟି ସପ୍ତାହ ଅବସରରେ ସ୍ୱେଛାସେବୀ ଅନୁଷ୍ଠାନ ସ୍ପ୍ରେଡ ଆନୁକୁଲ୍ୟରେ କୋଟସ ସଭାଗୃହଠାରେ ଜିଲ୍ଲାସ୍ତରୀୟ ପୋଷଣ ଉତ୍ସବ ପାଳିତ ହୋଇଯାଇଛି।ସ୍ପ୍ରେଡର ସଂପାଦକ ବିଦ୍ୟୁତ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ଜିଲ୍ଲାପରିଷଦ ସଭାପତି ପ୍ରଭୁ ଜାନି ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।ଶିଶୁମାନଙ୍କୁ ଯଥାସମୟରେ ଟୀକାକରଣ କରିବାକୁ ଜିଲ୍ଲାପରିଷଦ ସଭାପତି ଶ୍ରୀ ଜାନି ଗୁରୁତ୍ୱାରୋପ କରିଥିଲେ।ଏହି ଅବସରରେ ପୁଷ୍ଟିବାର୍ତ୍ତା ଓ ସ୍ତନ୍ୟପାନ ନାମକ ୨ ଟି ପତ୍ରିକାକୁ ମୁଖ୍ୟ ଅତିଥି ଶ୍ରୀ ଜାନି ଉନ୍ନୋଚନ କରିଥିଲେ।ସହାୟକ ଉଦ୍ୟାନ ଅଧିକାରୀ ପ୍ରମପଦ ସେଠୀ ସମ୍ମାନ୍ନିତ ଅତିଥି ଭାବେ ଯୋଗଦେଇ ଘରମାନଙ୍କରେ ଲୋକମାନେ ସଜନା, ଲେମ୍ବୁ, ଅମୃତଭଣ୍ଡା ଗଛ ରୋପଣ କରିବାକୁ ପରାମର୍ଶ ଦେଇଥିଲେ।ଶତାଧିକ ମହିଳା ଓ କିଶୋରୀବାଳିକା ମାନେ ସହର ମଧ୍ୟରେ ଏକ ସଚେତନତା ଶୋଭାଯାତ୍ରା କରିଥିଲେ।ପୁଷ୍ଟିରେ ଖାଦ୍ୟ ପରିବେଷଣ କରାଯିବା ସହ ସ୍କୁଲଗୁଡିକରେ ଲେମ୍ବୁ, ସଜନା ଓ ଅମୃତଭଣ୍ଡା ଚାରା ରୋପଣ ଅଭିଯାନ ଆରମ୍ଭ କରାଯିବ ବୋଲି ଜଣାପଡିଛି।ଶେଷରେ ଶୁକୁରାମ ଗାଡଙ୍ଗା ଧନ୍ୟବାଦ ଅର୍ପଣ କରିଥିଲେ।