Odiapua.com

ଜିଲ୍ଲାସ୍ତରୀୟ ଜଳବାୟୁ ସଚେତନତା ଅଭିଯାନ ଅବସରରେ ଜିଲ୍ଲାପାଳ ବୃକ୍ଷରୋପଣ କଲେ

କୋରାପୁଟ ; ତା୧୦-୦୮-୧୮(ଓଡିଆପୁଅ/ରଂଜନ କୁମାର ଦାସ) ନାବାର୍ଡ ଦ୍ୱାରା ଜିଲ୍ଲାସ୍ତରୀୟ ଜଳବାୟୁ ସଚେତନତା ଅଭିଯାନ ମାଧ୍ୟମରେ ୧୪ ଟି ବ୍ଲକରେ ୩୦ ହଜାର ବୃକ୍ଷରୋପଣ ଲକ୍ଷ୍ୟ ରଖାଯାଇଥିବା ନାବାର୍ଡ ଏଜିଏମ ମୁରଲୀ ମିଶ୍ର ସୂଚନା ଦେଇଛନ୍ତି ।ଏହି ଅବସରରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ କେ .ସୁଦର୍ଶନ ଚକ୍ରବର୍ତି ଏକ ବୃକ୍ଷରୋପଣ କରି ଶୁଭାରମ୍ଭ କରିଥିଲେ ବୋଲି ଜଣାପଡିଛି ।କୋରାପୁଟ ଲିଡ ବ୍ୟାଙ୍କ ମ୍ୟାନେଜର ଆର.ଏନ .ପଟନାୟକ ,ପ୍ରଗତି ସ୍ୱେଛାସେବୀ ଅନୁଷ୍ଠାନର ପ୍ରଭାକର ଅଧିକାରୀ ଓ ଡ . ଲୁନା ପଣ୍ଡା , ପ୍ରସ୍ତୁତିର ସୁଶାନ୍ତ ବଳବନ୍ତରାୟ , ରାସର ଆଦି ନାରାୟଣ , ଟ୍ରାଇବର କୃତିବାସ ରାଉତ , ହର୍ସାଟ୍ରଷ୍ଟର ପ୍ରବୀଣ ତ୍ରୀପାଠୀ , ପିଏସିଏଲର ଚନ୍ଦ୍ର ତ୍ରୀପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।ବୃକ୍ଷରୋପଣ ପରେ ଗଛର ଉପଯୁକ୍ତ ଯନô ନେବାକୁ ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତୀ ପରାମର୍ଶ ଦେଇଥିଲେ ।