Odiapua.com

ଜିଲ୍ଲାର ୭ ଜଣ କନିଷ୍ଠ ଯନ୍ତ୍ରୀ ଓ ଜିପିଟିଏଙ୍କ ବଦଳି

କୋରାପୁଟ ୧୭-୧୨ (ଓଡିଆ ପୁଅ/ରଂଜନ ଦାସ)କୋରାପୁଟ ଜିଲ୍ଲାର କୁନ୍ଦ୍ରା, ଲମତାପୁଟ, କୋରାପୁଟ, ପଟ୍ଟାଙ୍ଗୀ ଓ ସେମିଲିଗୁଡା ବ୍ଲକର ୭ ଜଣ କନିଷ୍ଠ ଯନ୍ତ୍ରୀ ଓ ଜିପିଟିଏଙ୍କୁ ବଦଳି କରାଯାଇଥିବା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟରୁ ଜଣପଡିଛି।କୋରାପୁଟ ବ୍ଲକର ଜିପିଟିଏ କାର୍ତିକ କୁଲଦୀପଙ୍କୁ ପଟ୍ଟାଙ୍ଗୀ ବ୍ଲକ ବଦଳି କରାଯାଇଥିବା ବେଳେ କନିଷ୍ଠଯନ୍ତ୍ରୀ ଅଶୋକ କୁମାର ପାଣିଗ୍ରାହୀଙ୍କୁ ସେମିଲିଗୁଡା ବ୍ଲକକୁ ବଦଳି କରାଯାଇଥିବା ଜଣାପଡିଛି।ସପ୍ତାହର ଗୁରୁବାର ଓ ଶୁକ୍ରବାର ଦୁଇଦିନ ଶ୍ରୀ ପାଣିଗ୍ରାହୀ କୋରାପୁଟ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ରହିଥିବା ଜଣାପଡିଛି।କୁନ୍ଦ୍ରା ବ୍ଲକର ଜିପିଟିଏ ମୋନାଲିସା ହାଲ୍ୱାଙ୍କୁ ଜୟପୁର ବ୍ଲକକୁ ବଦଳି ହୋଇଥିବା ବେଳେ ଲମତାପୁଟ ବ୍ଲକର ତପନ କୁମାର ସେଠୀଙ୍କୁ କୋରାପୁଟ, ଲମତାପୁଟ ବ୍ଲକର ପ୍ରସନ୍ନ କୁମାର ଗରଡାଙ୍କୁ ପଟ୍ଟାଙ୍ଗୀ, ପଟ୍ଟାଙ୍ଗୀ ବ୍ଲକର ରଞିତ ଖୋସଲାଙ୍କୁ ଲମତାପୁଟ ଓ ସେମିଲିଗୁଡା ବ୍ଲକର ରାଜେଶ କୁମାର ଖୋସଲାଙ୍କୁ ନନ୍ଦପୁର ବ୍ଲକକୁ ବଦଳି କରାଯାଇଥିବା ଜଣାପଡିଛି।କୁନ୍ଦ୍ରା ବ୍ଲକରୁ ଡେପୁଟେସନରେ ଆସି ପଟ୍ଟାଙ୍ଗୀ ବ୍ଲକରେ କନିଷ୍ଠ ଯନ୍ତ୍ରୀ ଭାବେ କାର୍ଯ୍ୟକରୁଥିବା ବିଜୟ କୁମାର ନନ୍ଦଙ୍କ ଡେପୁଟେସନ ବାତିଲ କରାଯାଇଥିବା ଜଣାପଡିଛି।