Odiapua.com

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଅଧିକାରୀ ଓ ବିଭାଗୀୟ ଅଧିକାରୀ ସମ୍ମାନ୍ନିତକୋରାପୁଟ ଜିଲ୍ଲାରେ ଧନ୍ୟବାଦ ଅର୍ପଣ ଦିବସ ପାଳିତ

କୋରାପୁଟ ; ତା୧୭-୧୨(ଓଡିଆ ପୁଅ/ରଂଜନ ଦାସ)କୋରାପୁଟ ଜିଲ୍ଲାରେ କୋଭିଡ-୧୯ ପରିଚାଳନାରେ କାର୍ଯ୍ୟ କରୁଥିବା ଅଧିକାରୀ ଓ କର୍ମଚାରୀମାନଙ୍କୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ ତରଫରୁ ବିଶେଷକରି କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କ ତତ୍ୱାବଧାନରେ ଜିଲ୍ଲାର ପ୍ରତ୍ୟେକ କାର୍ଯ୍ୟାଳୟରେ ଧନ୍ୟବାଦ ଅର୍ପଣ ଦିବସ ପାଳିତ ହୋଇଯାଇଛି।ଜିଲ୍ଲାର ସମସ୍ତ ଅଧିକାରୀ, କର୍ମଚାରୀ ଓ ସାମ୍ବାଦିକମାନଙ୍କ ସହଯୋଗରେ ବର୍ତମାନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏବେ ଗୋଟିଏ ଅଙ୍କରେ ସୀମିତ ରହୁଛି ବୋଲି ଜିଲ୍ଲାପାଳ ଶ୍ରୀ ମିଶ୍ର ପ୍ରକାଶ କରିଥିଲେ।ଆସନ୍ତାବର୍ଷ ଜାନୁଆରୀମାସ ବେଳକୁ କୋରାପୁଟ ଜିଲ୍ଲାରେ କରୋନା ଆକ୍ରାନ୍ତ ସଂଖ୍ୟା ଶୂନ ହୋଇଯିବ ବୋଲି ସେ ଆଶାବ୍ୟକ୍ତ କରିଥିଲେ।ଏହି ଅବସରରେ କୋରାପୁଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ୧୮ ଟି ବିଭାଗର ଅଧିକାରୀ ଓ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ଶ୍ରୀ ମିଶ୍ର ଓ ଅତିରିକ୍ତ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନ ସମ୍ମାନ୍ନିତ କରିଥିଲେ।ଡେପୁଟି କଲେକ୍ଟର ଅର୍ଜନା ଦାସ ଓ ସୁଶ୍ରୀ ସାଗରିକା ଷଡଙ୍ଗୀ, ସହକାରୀ ଜିଲ୍ଲାପାଳ ଜ୍ଞାମଜିତ ତ୍ରୀପାଠୀ, ଅଶୋକ କୁମାର କର୍ଣ୍ଣ ଓ ଏନ.ଜଗଜୀବନ ଚୈାଧୁରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ହରେକୃଷ୍ଣ ପ୍ରଧାନ, ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀ ସିମାଞଳ ମହାପାତ୍ର, ଜିଲ୍ଲା ପଂଚାୟତ ଅଧିକାରୀ ସୁଦେଶ ପଟନାୟକ, ଜିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର ସେଠୀ, ବିଭାଗୀୟ ଅଧିକାରୀ ପି.କେ.ସାମଲ, ବସନ୍ତ ପଣ୍ଡା, ନିରଞନ ସାହୁ, ବିନୋଦ ପଟନାୟକ, ଚିତ ରଂଜନ ପଟନାୟକ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଜଗନ୍ନାଥ ପ୍ରସାଦ ରାୟଗୁରୁ ଓ କାର୍ଯ୍ୟାଳୟର ସତ୍ୟ ନାରାୟଣ ପ୍ରଧାନ ଏବଂ ଏ.କେ.ବେହେରା ପ୍ରମୁଖ ଉପସ୍ଥିତ ଥିଲେ।ସେହିପରି କୋରାପୁଟ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟରେ ଧନ୍ୟବାଦ ଅର୍ପଣ ଦିବସ ପାଳିତ ହୋଇଥିଲା।କୋରାପୁଟ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରବୀର କୁମାର ନାୟକ, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ମହେଶ୍ୱର ଚନ୍ଦ୍ର ନାୟକ, କାର୍ଯ୍ୟାଳୟର ସମସ୍ତ ଏପିଡି ଓ କର୍ମଚାରୀ ଏବଂ ଓକିଲ ଅଶୋକ ଷଡଙ୍ଗୀ ପ୍ରମୁଖ ଯୋଗଦେଇଥିଲେ।