Odiapua.com

ଜିଲ୍ଲାପରିଷଦ ଉପନିର୍ବାଚନରେ ତୁଲସି କିରସାନି ସଭାପତି ଭାବେ ନିର୍ବାଚିତ

କୋରାପୁଟ ; ତା୦୨-୦୭-୧୯(ଓଡିଆପୁଅ /ରଂଜନ କୁମାର ଦାସ)କୋରାପୁଟ ଜିଲ୍ଲାପାରିଷଦର ସଭାପତି ଥିବା ପ୍ରଭୁ ଜାନି ଲକ୍ଷ୍ମିପୁର ବିଧାୟକ ଭାବେ ନିର୍ବାଚିତ ହେବାପରେ ସଭାପତି ପଦବୀରୁ ଇସ୍ତାଫା ଦେଇଥିଲେ ।ଆଜି ଜିଲ୍ଲାପରିଷଦ ସଭାପତି ପଦବୀ ନିମନ୍ତେ ସ୍ଥାନୀୟ ସଦଭାବନା ସଭାଗୃହଠାରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ।ବିଜେଡିର ତୁଲସି କିରସାନି ଜଣେ ମାତ୍ର ନାମାଜ୍ଞନପତ୍ର ଦାଖଲ କରିଥିଲେ ।କୋରାପୁଟ ଜିଲ୍ଲାପରିଷଦର ନୂତନ ସଭାପତିଭାବେ ତୁଲସି କିରସାନି ନିର୍ବାଚିତ ହୋଇଥିଲେ ।କୋରାପୁଟ ଜିଲ୍ଲାର ବିଜେଡି ବିଧାୟକ ରଘୁରାମ ପଡାଲ . ପ୍ରଭୁ ଜାନି ଓ ପୀତମ ପାଢୀ , ଜିଲ୍ଲା ବିଜେଡି ସଭାପତି ଇଶ୍ୱର ପାଣିଗ୍ରାହୀ .ପୂର୍ବତନ ବିଧାୟକ ପ୍ରଫୁଲ୍ଲ ପାଙ୍ଗୀ ,ଜିଲ୍ଲା ପରିଷଦ ସଦସ୍ୟା ପାର୍ବତୀ ମସ୍ତି , ଓ ବିନ୍ଦୁରାଣୀ ମିଶ୍ର ,ବିଜେଡି ନେତା ବାଲା ରାୟ , ଲଲାଟ ରଂଜନ ସେଟୀ , ବିମଳ ଗରଡା ,ରଘୁରାମ ମାଛ ପ୍ରମୁଖଙ୍କ ସହ ଅନେକ ବିଜେଡି ନେତା ନୂତନ ସଭାପତିଙ୍କୁ ସହର ମଧ୍ୟରେ ପରିକ୍ରମା କରିଥିଲେ ।କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନ ନିର୍ବାଚନ ଅଧିକାରୀ ଭାବେ କାର୍ଯ୍ୟ ତୁଲାଇଥିଲେ ।କୋରାପୁଟ ଜିଲ୍ଲାର ବିକାଶ ନିମନ୍ତେ ଶ୍ରୀମତୀ କିରସାନି କାର୍ଯ୍ୟ କରିବେ ବୋଲି ସାମ୍ବାଦିକମାନଙ୍କ ନିକଟରେ ପ୍ରକାଶ କରିବା ସହ ସ୍ୱାସ୍ଥ୍ୟ ଓ ଶିକ୍ଷା ଉପରେ ଗୁରୁତ୍ୱ ଦେବେ ବୋଲି ସୂଚନା ଦେଇଥିଲେ ।