Odiapua.com

ଜିଲା ସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା ଉଦଯାପିତ

କୋରାପୁଟ ୦୧-୦୮ (ଓଡିଆ ପୁଅ /ରଂଜନ କୁମାର ଦାସ) ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ଜିଲା ସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା ଉଦଯାପିତ ହୋଇ ଯାଇଛି। ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀକାନ୍ତ ଯାନୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଯାପନୀ ସମାରୋହରେ ଜିଲା ଶିକ୍ଷା ଅଧିକାରୀ ଡଃ.ପ୍ରମୋଦ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜିଲା ବିଜ୍ଞାନ ପରିଚାଳକ ଆର.ଶିବ ଶଙ୍କର ପଟ୍ଟନାୟକ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରତିଯୋଗିତାରେ ଜିଲାର ୬ଟି ବିଦ୍ୟାଳୟର ନାଟକ ଦଳ ଅଂଶ ଗ୍ରହଣ କରିଥିଲେ। କୋରାପୁଟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଥମ ସ୍ଥାନ ଅଧିକାର କରି ଜୋନାଲ ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବାକୁ ଯୋଗ୍ୟ ବିବେଚିତ ହୋଇଛି। ଅନ୍ୟ ପକ୍ଷରେ କୋରାପୁଟ ବ୍ଲକ ମାଥାଲପୁଟ ସ୍ଥିତ ମାଲୁ ସାଉନ୍ତା ସରକାରୀ ଉଚ୍ଚ ବିଦ୍ୟାଳୟ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବାବେଳେ ସରକାରୀ ହାଇସ୍କୁଲ ଜୟପୁର ତୃତୀୟ ସ୍ଥାନ ହାସଲ କରିଥିବା ଜଣା ପଡିଛି। ଜୋନାଲସ୍ତରୀୟ ପ୍ରତିଯୋଗିତା କୋରାପୁଟ ସରକାରୀ ଉଚ ବିଦ୍ୟାଳୟରେ ଆୟୋଜିତ ହେବାକୁ ଥିବାବେଳେ ପ୍ରତିଯୋଗିତାରେ କୋରାପୁଟ, ରାୟଗଡା, ମାଲକାନଗିରି, ନବରଙ୍ଗପୁର, ଗଂଜାମ ଓ ଗଜପତି ଜିଲାର ସ୍କୁଲ ଗୁଡିକ ଅଂଶ ଗ୍ରହଣ କରିବେ। ଶିବ ପ୍ରସାଦ ରଥ, ସମୀର କୁମାର ମହାପାତ୍ର ଓ କାଳୀ ପ୍ରସାଦ ଦାଶ ବିଚାରକ ଭାବେ ଦାୟିତ୍ୱ ତୂଲାଇଥିବାବେଳେ ବିଜ୍ଞାନ ଶିକ୍ଷକ ଦୁର୍ଗା ପ୍ରସାଦ ରଥ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।