Odiapua.com

ଜିଲା ପରିଷଦ ସଦସ୍ୟ ଡୁମୁରୀ ଖୀଲଙ୍କ ପରଲୋକ

କୋରାପୁଟ ୦୨-୦୩-୧୯ (ଓଡିଆ ପୁଅ/ରଂଜନ କୁମାର ଦାସ) ପଟ୍ଟାଙ୍ଗି ବ୍ଲକ ଜିଲା ପରିଷଦ ସଦସ୍ୟ ଡୁମୁରୀ ଖୀଲଙ୍କର ଶନିବାର ଭୋର ସମୟରେ ପରଲୋକ ହୋଇଛି। ଆଜି ଭୋର ୫ଟା ବେଳକୁ ସେ ଅଚାନକ ଛାତିରେ ଯନ୍ତ୍ରଣା କରିଥିଲେ, ହସ୍ପିଟାଲ ନେବାକୁ ଘରଲୋକେ ପ୍ରସ୍ତୁତ ହେଉଥିବାବେଳେ ସେ ପ୍ରାଣ ହରାଇଥିବା ଜଣା ପଡିଛି।ତାଙ୍କ ମୃତ୍ୟୁରେ କୋରାପୁଟ ଜିଲ୍ଲାରେ ଶୋକର ଛାୟା ଖେଳିଯାଇଥିଲା। ୨୦୧୭ରେ ଡୁମୁରୀ ପଟ୍ଟାଙ୍ଗି ବ୍ଲକ୍ ଜୋନ୍-୨ରୁ ବିଜୁ ଜନତା ଦଳ ଟିକଟରୁ ଲଢି ଜିଲା ପରିଷଦ ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ।। ତେବେ ଗତ ମାସ ୧୯ ତାରିଖ ଦିନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସେମିଲିଗୁଡା ଗସ୍ତ ବେଳେ ଡୁମୁରୀ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ। ସ୍ୱର୍ଗତ ଡୁମୁରୀ ପୂର୍ବରୁ ଦୁଇଥର ପଟ୍ଟାଙ୍ଗି ବ୍ଲକ୍ ଅଧ୍ୟକ୍ଷ ରହିଥିବାବେଳେ ଆସନ୍ତା ବିଧାନସଭା ନିର୍ବାଚନରେ ସେ ପଟ୍ଟାଙ୍ଗି ଆସନରେ ଭାରତୀୟ ଜନତା ପାର୍ଟିରୁ ପ୍ରାର୍ଥୀ ହେବା ପାଇଁ ଲବିରେ ଥିଲେ।ଏହି ଖବର ପ୍ରଚାରିତ ହେବା ପରେ କୋରାପୁଟ ଜିଲ୍ଲା ବିଜେଡି ସଭାପତି ଈଶ୍ୱର ପାଣିଗ୍ରାହୀ, ପଟ୍ଟାଙ୍ଗୀ ବିଧାୟକ ପ୍ରଫୁଲ୍ଲ ପାଙ୍ଗୀ, ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ, ପୂର୍ବତନ ବିଧାୟକ ରାମଚନ୍ଦ୍ର କାଡାମ ଓ ରଘୁରାମ ପଡାଲ, କୋରାପୁଟ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ମହେଶ୍ୱର ଚନ୍ଦ୍ର ନାୟକ, ପଟ୍ଟାଙ୍ଗୀ ବିଡିଓ କରୁଣାକର ପ୍ରଧାନ ତାଙ୍କ ଗ୍ରାମକୁ ଯାଇ ଶୋକସନ୍ତପ ପରିବାରବର୍ଗଙ୍କୁ ସାନ୍ତ୍ୱନା ଦେଇଥିଲେ।