Odiapua.com

    ଜିଲା ପରିଷଦର ୪୯ତମ ବୈଠକ; ରାସ୍ତା ସମସ୍ୟା ଆଲୋଚନାର ମୁଖ୍ୟାଂଶ,ଏନବିସିସିର କାମ ଉପରେ ଅସନ୍ତୋଷ

କୋରାପୁଟ ୧୮-୧୦(ଓଡିଆ ପୁଅ/ରଂଜନ କୁମାର ଦାସ)ସ୍ଥାନୀୟ ସଦଭାବନା ସଭାଗୃହରେ ୪୯ତମ  ଜିଲା ପରିଷଦ ବୈଠକ    ଅନୁଷ୍ଠିତ ହୋଇ ଯାଇଛି । ଜିଲା ପରିଷଦ ସଭାପତି ତୁଳସୀ କିର୍ଷାନୀଙ୍କ ଅଧ୍ୟକ୍ଷତାରେ  ଅନୁଷ୍ଠିତ ବୈଠକରେ ଜିଲ୍ଲାପାଳ ମଧୁସୂଦନ ମିଶ୍ର , ପଟ୍ଟାଙ୍ଗି ବିଧାୟକ ପୀତମ ପାଢୀ,କୋରାପୁଟ  ବିଧାୟକଙ୍କ ପ୍ରତିନିଧି ତଥା ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ  ଇଂ.ଇଶ୍ୱର ଚନ୍ଦ୍ର ପାଣିଗ୍ରାହି, ଲକ୍ଷ୍ମୀପୁର  ବିଧାୟକଙ୍କ ପ୍ରତିନିଧି  ନାରାୟଣ ବିଷୋୟୀ, କୋରାପୁଟ ସାଂସଦଙ୍କ ପ୍ରତିନିଧି ପୂର୍ବତନ ବିଧାୟକ ରାମଚନ୍ଦ୍ର କାଡାମ ,କୋଟପାଡ ବିଧାୟିକା ତଥା ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ  ପଦ୍ମିନୀ ଦିଆନଙ୍କ ପ୍ରତିନିଧି ସୁଧୀର ମହାନ୍ତି,ଜୟପୁର ବିଧାୟକଙ୍କ ପ୍ରତିନିଧି ଭଗବାନ ବାହିନୀପତି ଯୋଗ ଦେଇଥିଲେ  ା  ଆଜିର ବୈଠକରେ ମୁଖ୍ୟତଃ ଗ୍ରାମାଂଚଳ ରାସ୍ତା,ପାନୀୟ ଜଳ ଓ ପରିମଳ, ବିଜୁଳି ଯୋଗାଣ  କାର୍ଯ୍ୟକ୍ରମକୁ ନେଇ  ଅଧିକ  ସମୟ ଆଲୋଚନା ହୋଇଥିଲା । ଜିଲାର  ନାରାୟଣପାଟଣା,ବନ୍ଧୁଗାଁ,ଦଶମନ୍ତପୁର,ବୈପାରିଗୁଡା,ଜୟପୁର,ଲମତାପୁଟ ବ୍ଲକରେ  ଚାଲିଥିବା ପ୍ରଧାନମନ୍ତ୍ରୀ ସଡକ ଯୋଜନା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଜିଲାର କେତେକ  ବ୍ଲକରେ  ଭାରତ ସରକାରଙ୍କ  ନ୍ୟାସନାଲ ବ୍ରୀଜ କଷ୍ଟ୍ରକସନ କମ୍ପାନୀ(ଏନବିସିସି) ଦ୍ୱାରା ନିର୍ମାଣ କରାଯାଉଥିବା ପ୍ରଧାନମନ୍ତ୍ରୀ ସଡକ ଯୋଜନା ରାସ୍ତା କାମର ମାନକୁ ନେଇ  ସଦସ୍ୟମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ସମ୍ପୃକ୍ତ ସରକାରୀ କମ୍ପାନୀ  ନିମ୍ନ ମାନର କାମ କରୁଥିବା ଅଭିଯୋଗ କଲେ ମଧ୍ୟ  କୌଣସି କାର୍ଯ୍ୟାନୁଷ୍ଠାନ ନିଆ ଯାଉନଥିବାରୁ ସଦସ୍ୟମାନେ ଉଦବେଗ ପ୍ରକାଶ କରିଥିଲେ । ସେହିପରି ଅନେକ ରାସ୍ତା କାମ ଧାର୍ଯ୍ୟ  ସମୟ ସୀମାରୁ ପାର ହୋଇଥିଲେ ମଧ୍ୟ କାମ ସରୁନଥିବାରୁ ସଦସ୍ୟମାନେ ବିଭାଗୀୟ ଅଧିକାରୀଙ୍କୁ ତାଗିଦ କରିଥିଲେ ।  ଆନ୍ଧ୍ର ପ୍ରଦେଶ-ଓଡିଶା- ଦୁଇ ରାଜ୍ୟକୁ ଜୋଡୁଥିବା କୋରାପୁଟ ଜିଲାର ଲାଇଫଲାଇନ ୨୬ ନଂ ଜାତୀୟ ରାଜପଥର  ମରାମତି ଓ ପ୍ରସସ୍ତି କରଣ କର୍ଯ୍ୟ  ତୂରନ୍ତ ଆରମ୍ଭ କରିବାକୁ ଜିଲାପାଳ ଜାତୀୟ ରାଜପଥ କର୍ତୂପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ଶିକ୍ଷା,ସ୍ୱାସ୍ଥ୍ୟ, ବନ ବିଭାଗ,ପ୍ରାଣୀ ଚିକିତ୍ସା,ସମାଜ କଲ୍ୟାଣ,ମଙ୍ଗଳ ବିଭାଗ,ପୂର୍ତ ବିଭାଗ  ଇତ୍ୟାଦି ଲାଇନ ବିଭାଗର ଅଧିକାରୀ  ଉପସ୍ଥିତ ରହି ନିଜନିଜ ବିଭାଗ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ ।କାର୍ଯ୍ୟକ୍ରମକୁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରବୀର କୁମାର ନାୟକ ପରିଚାଳନା କରିଥିବା ବେଳେ ଜିଲା ପରିଷଦ ଉପ-ସଭାପତି  ନାରସୁଲ କାମୁଡି,ଜିଲା ପରିଷଦ ସଦସ୍ୟା ପାର୍ବତୀ ମସ୍ତି,କୋରାପୁଟ ବନଖଣ୍ଡ ଅଧିକାରୀ ରିଙ୍ଗୁ କୁମାରୀ ,ଜିଲ୍ଲା ଶିକ୍ଷା ଅଧିକାରୀ ଡ.ପ୍ରମୋଦ କୁମାର ପଣ୍ଡା , ଜିଲ୍ଲା ମଙ୍ଗଳ ଅଧିକାରୀ ମଧୁସ୍ମିତା ମହାପାତ୍ର , ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ହରେକୃଷ୍ଣ ପ୍ରଧାନ , ପିଡବ୍ଲୁଡି ନିର୍ବାହୀ ଯନ୍ତ୍ରୀ କିଶୋର କୁମାର ନନ୍ଦ , ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ କିଶୋର ଚନ୍ଦ୍ର ନନ୍ଦ ,ସାଉଥକୋ ନିର୍ବାହୀ ଯନ୍ତ୍ରୀ ଚମନ ଲାକ୍ରା ଓ କନିଷ୍ଠ ଯନ୍ତ୍ରୀ ମନୋରଂଜନ ମାର୍ଥା ,ଜୟପୁର ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ଗୋପୀନାଥ ସାରକା , କୋରାପୁଟ ଆଇଟିଡିଏ ପ୍ରକଳ୍ପ ପ୍ରଶାସକ କାରୁ ସୋରେନ ,କୃଷି ଉପନିର୍ଦ୍ଦେଶକ ପ୍ରଦୀପ ମହାନ୍ତି , ଉଦ୍ୟାନ ଉପନିର୍ଦ୍ଦେଶକ ଶଙ୍କର୍ଷଣ ରାଉତ ,ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ମହେଶ୍ୱର ଚନ୍ଦ୍ର ନାୟକ ,କୋରାପୁଟ ଜିଲ୍ଲା ସଂସ୍କୃତି ଅଧିକାରୀ  ଅକ୍ଷୟ କୁମାର ସେଠୀ , ଜିଲ୍ଲା କ୍ରୀଡା ଅଧିକାରୀ ରାଜ କିଶୋର ଜେନା  ସମେତ  ଜିଲ୍ଲାପରିଷଦ ସଭ୍ୟ /ସଭ୍ୟା ଏବଂ ସମସ୍ତ ଜିଲା ସ୍ତରୀୟ ଅଧିକାରୀ ଯୋଗ ଦେଇଥିଲେ ।