Odiapua.com

ଜାତୀୟ ସଫଳତା ସର୍ବେକ୍ଷଣ ନିମନ୍ତେ ତାଡିବାଲସା ବିଦ୍ୟାଳୟରେ ପ୍ରସ୍ତୁତି

କୋରାପୁଟ ୨୮-୧୦(ଓଡିଆ ପୁଅ /ରଂଜନ ଦାସ)ଜାତୀୟ  ସଫଳତା ସର୍ବେକ୍ଷଣ ନିମନ୍ତେ ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତି କରାଯାଉଥିବା ଜଣାପଡିଛି ।କୋଟିଆ ଗ୍ରାମପୁଞ୍ଜର ତାଡିବାଲସା ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ  ପ୍ରସ୍ତୁତି କରାଯାଉଥିବା ଜିଲ୍ଲା ଶିକ୍ଷା ଅଧିକାରୀ ରାମଚନ୍ଦ୍ର ନାହାକ ସୂଚନା ଦେଇଛନ୍ତି ।ଆଜି ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ଆସିଥିଲେ ।ସେମାନଙ୍କୁ ମଧ୍ୟାହ୍ନ ଭୋଜନ ପ୍ରଦାନ କରାଯାଇଥିଲା ବୋଲି ସେ ସୂଚନା ଦେଇଛନ୍ତି ।ନିର୍ମାଣ କରାଯାଇଥିବା ନୂତନ ବିଦ୍ୟାଳୟରେ  ଛାତ୍ରଛାତ୍ରୀମାନଙ୍କୁ ମଧ୍ୟାହ୍ନ ଭୋଜନ ପ୍ରଦାନ କରାଯାଇଥିବା ଜଣାପଡିଛି ।