Odiapua.com

ଜାତୀୟ ଯୁବ ଦିବସ ଅବସରରେ କୋରାପୁଟଠାରେ ବିଶାଳ ଯୁବ ସମାବେଶ

କୋରାପୁଟ ; ତା୧୨-୦୧-୧୯(ଓଡିଆ ପୁଅ/ରଂଜନ କୁମାର ଦାସ) ଜାତୀୟ ଯୁବ ଦିବସ ଅବସରରେ କୋରାପୁଟଠାରେ ଏକ ବିଶାଳ ଯୁବ ସମାବେଶ ଆୟୋଜିତ ହୋଇଯାଇଛି।କୋରାପୁଟ ଯୁବ ପରିଷଦ ଆନୁକୁଲ୍ୟରେ ଆୟୋଜିତ ସମାବେଶରେ ସାଂସଦ ଝିନ୍ନ ହିକକା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୋଭାଯାତ୍ରାକୁ ଶୁଭାରମ୍ଭ କରିଥିଲେ।ଶୋଭାଯାତ୍ରାଟି ସହର ପରିକ୍ରମା କରି ଜିଲ୍ଲାର ବିକାଶ ନିମନ୍ତେ ଯୁବଶକ୍ତି ଏକତ୍ରିତ ବୋଲି ପ୍ରଦର୍ଶିତ କରାଇଥିଲା।ପରିଷଦର ସଭାପତି ଲଲାଟ ରଂଜନ ସେଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ସାଂସଦ ଶ୍ରୀ ହିକକା ମୁଖ୍ୟ ଅତିଥିଭାବେ ଯୋଗଦେଇ ଦୃଷ୍ଟିହୀନ କ୍ରିକେଟ ଖେଳାଳୀ ନକୁଳ ବଡନାୟକ,  ଆଦିବାସୀ କୁଇନ ପଲ୍ଲଭି ଦୁରୁଆ, କରାଟି ଛାତ୍ରୀ ସରନ୍ୟା ରାୟ, ପିଡାସିଲ ଢେମସା ଦଳ ପ୍ରମୁଖଙ୍କୁ ସମ୍ମାନ୍ନିତ କରିଥିଲେ।ଗ୍ରାମାଂଚଳରେ ଉଲ୍ଲେଖନୀୟ ସମାଜସେବା ନିମନ୍ତେ ଆନନ୍ଦ ବଦନାୟକ, ସିମାଂଚଳ ପାତ୍ର, ମହେନ୍ଦ୍ର କୁମାର ବଡନାୟକ, ଟଙ୍କଧର ଖିଲ, ଶାନ୍ତି ଦାସ,  ତ୍ରୀନାଥ ବଡନାୟକ, ଗଙ୍ଗାଧର ହନ୍ତାଲ, ନକୁଲ ଘଟାଲ,  ସନୁ ପୁକିଆ, ଭକ୍ତ ଜାନିପ୍ରମୁଖ ଯୁବମାନଙ୍କୁ ସମ୍ମାନ୍ନିତ କରାଯାଇଥିଲା।ଅଧ୍ୟାପକ ଗିରିଜା ଚୈାଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ।ଏହି ସମାବେଶରେ ସଂପାଦକ ଅନିଲ କୁମାର ଗଣ୍ଡ, ନୃସିଂହାନନ୍ଦ ସାହୁ,  ସନ୍ତୋଷ କୁମାର ସାହୁ, ପ୍ରତୀକ ପଟନାୟକ, ମନୋଜ ପାତ୍ର,  ବିମଲ ଗରଡା,  ରାମ ଗୋଲରୀ,  କାମାକ୍ଷା ପ୍ରସାଦ ମାଝି, କୃଷ୍ଣ ସଁ, ଅଶ୍ୱିନୀ କୁମାର ସାହୁ,  ଦୁର୍ଗା ପ୍ରସାଦ ପଟନାୟକ ପ୍ରମୁଖ ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ।ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।ଯୁବକମାନେ ସମାଜର ବିକାଶ ପାଇଁ ଆଗଭର ହେବାକୁ ସାଂସଦ ଝିନ୍ନ ହିକକା ଆହ୍ୱାନ ଦେଇଥିଲେ।ଯୁବ ସମାଜକୁ ଏକତ୍ରିତ କରି ଜିଲ୍ଲାର ବିକାଶ କରିବା ନିମନ୍ତେ ଯୁବ ପରିଷଦ ଗଠନ କରାଯାଇଥିବା କୋରାପୁଟ ଯୁବ ପରିଷଦର ସଭାପତି ଲଲାଟ ରଂଜନ ସେଠୀ ପ୍ରକାଶ କରିଥିଲେ। କୋରାପୁଟ ଜିଲ୍ଲାର ବିକାଶ ପାଇଁ କାମ କରିବା ମୋର ସ୍ୱପ୍ନ ଅଟେ ବୋଲି କରାଟେ ଛାତ୍ରୀ ସରନ୍ୟା ରାୟ ସୂଚନା ଦେଇଥିଲେ। କୋରାପୁଟ ଯୁବ ପରିଷଦ ଦ୍ୱାରା ସମ୍ମାନ୍ନିତ କରାଯାଇଥିବାରୁ ମୁଁ ବହୁତ ଖୁସି ଅଟେ ବୋଲି ଅନ୍ତର୍ଜାତୀୟ ଦୃଷ୍ଟିହୀନ କ୍ରିକେଟ ଖେଳାଳୀ ନକୁଳ ବଡନାୟକ ପ୍ରକାଶ କରିଥିଲେ।ଆଦିବାସୀ ବହୁଳ ଜିଲ୍ଲାରେ ଆଦିବାସୀ ଯୁବତୀମାନେ କିପରି ଆଗକୁ ଆସିବେ ସେଥିପ୍ରତି କୋରାପୁଟ ଯୁବ ପରିଷଦ କାର୍ଯ୍ୟ କରୁଥିବା ଆଦିବାସୀ କୁଇନ ପଲ୍ଲଭି ଦୁରୁଆ ପ୍ରକାଶ କରିଥିଲେ।ଆଦିବାସୀ ଯୁବକ /ଯୁବତୀମାନେ ସମାଜର ବିକାଶ କରିବାକୁ ଆଗକୁ ଆସିବା ପାଇଁ ସେ ଆହ୍ୱାନ ଦେଇଥିଲେ।