Odiapua.com

ଜାତୀୟ ଡେଙ୍ଗୁ ଦିବସ ପାଳିତ

କୋରାପୁଟ ୧୬-୦୫ (ଓଡିଆ ପୁଅ /ରଂଜନ କୁମାର ଦାସ) କୋରାପୁଟ ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଜାତୀୟ ଡେଙ୍ଗୁ ଦିବସ ପାଳିତ ହୋଇଯାଇଛି। ଜିଲା ସ୍ୱାସ୍ଥ୍ୟ ସେବା ସମିତି ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ଦଧି ବାମନ ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲାରେ ଡେଙ୍ଗୁ ନିୟନ୍ତ୍ରଣ ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ। ଜିଲା ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, (୨୦୧୬-୧୮) ୩ ବର୍ଷ ମଧ୍ୟରେ ଜଣେ ବିଏସଏଫ ଯବାନଙ୍କ ସମେତ ବିଭିନ୍ନ ଅଂଚଳର ୨୩ଜଣ ଡେଙ୍ଗୁ ରୋଗୀ କୋରାପୁଟରେ ଚିହ୍ନଟ ହୋଇଥିବାବେଳେ କେହି ମୃତାହତ ହୋଇ ନାହାନ୍ତି। ଡେଙ୍ଗୁ ସମ୍ପର୍କରେ ଜନ ସାଧାରଣଙ୍କୁ ସଚେତନତା କରାଇବା ସହ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବାକୁ ଲୋକଙ୍କୁ ବୁଝାଇବାକୁ ଆଲୋଚନା କରା ଯାଇଥିଲା।ଅଙ୍ଗନବାଡି କର୍ମି, ମହିଳା ସ୍ୱାସ୍ଥ୍ୟ କର୍ମି ଓ ଆଶା କର୍ମୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ମ୍ୟାଲେରିଆ ଅଧିକାରୀ ଡା.ସୁଶାନ୍ତ କୁମାର ଦାଶ, ପୌରାଂଚଳ ସ୍ୱାସ୍ଥ୍ୟ ଅଧିକାରୀ ଡା.ଅନିଲ୍ କୁମାର ସାହୁ, ଜାତୀୟ ସ୍ୱାସ୍ଥ୍ୟ ମିଶନ୍ ଡିପିଏମ ଶୁଭ୍ରକାନ୍ତ ଗନ୍ତାୟତ, ସଂଜୀବ କୁମାର ମିଶ୍ର, ଡା.ସ୍ମୃତିଧାରା ଦାଶ ପ୍ରମୁଖ ଯୋଗ ଦେଇ ଡେଙ୍ଗୁ ଜ୍ୱର ଓ ନିରାକରଣ ଉପରେ ଆଲୋକପାତ କରିବା ସହ ଜନ ସଚେତନତା ଉପରେ ଗୁରୂତ୍ୱାରୋପ କରିଥିଲେ।