Odiapua.com

ଜାତୀୟସ୍ତରରେ ପୁରସ୍କୃତ ରକ୍ତଦାତା ସଂଘକୁ କୋରାପୁଟରେ ସମ୍ବର୍ନ୍ଧିତ

କୋରାପୁଟ ୨୬-୦୯(ଓଡିଆ ପୁଅ/ରଂଜନ କୁମାର ଦାସ)କୋରାପୁଟ ରକ୍ତଦାତା ସଂଘ  ଉଲ୍ଲେଖନୀୟ ସେବା ନିମନ୍ତେ ଜାତୀୟସ୍ତରରେ ପୁରସ୍କୃତ ହୋଇଥିଲେ ।କୋରାପୁଟ ଜିମାସିୟମ ସଭାଗୃହଠାରେ କୋରାପୁଟ ରକ୍ତଦାତା ସଂଘର ଉଦିତ ସାହୁ ,ପ୍ରହ୍ଲାଦ ସାହୁ ଓ ସଂଜିବ ତ୍ରୀପାଠୀ ପ୍ରମୁଖ କର୍ମକର୍ତାମାନଙ୍କୁ କୋରାପୁଟ ବିଧାୟକ ରଘୁରାମ ପଡାଲ ମୁଖ୍ୟ ଅତିଥିଭାବେ ଯୋଗଦେଇ ସମ୍ବର୍ନ୍ଧିତ କରିଥିଲେ ।କୋରାପୁଟ ଜିମାନସିୟମ ସଭାପତି ଭବାନୀ ଶଙ୍କର ମିଶ୍ର ଯୋଗଦେଇ ଜାତୀୟସ୍ତରରେ ବିଡିଏ  ପୁରସ୍କୃତ ହୋଇଥିବାରୁ  କୃତଜ୍ଞତା ଜଣାଇଥିଲେ ।କୋରାପୁଟ ଜିମାନସିୟମରେ ରହିଥିବା ବିଭିନ୍ନ ସମସ୍ୟା ଉପରେ କୋରାପୁଟ ବିଧାୟକ ଶ୍ରୀ ପଡାଲଙ୍କୁ ଅବଗତ କରାଯାଇଥିଲା ଓ ସମାଧାନ କରିବେ ବୋଲି ପ୍ରତିଶୃତି ଦେଇଥିଲେ ବୋଲି ଶ୍ରୀ ମିଶ୍ର ପ୍ରକାଶ କରିଥିଲେ ।