କୋରାପୁଟ ୦୬-୧୨(ଓଡିଆ ପୁଅ /ରଂଜନ ଦାସ)ଜଳବାୟୁ ପରିବର୍ତନରେ କୋରାପୁଟ ଜିଲ୍ଲାର ପାରମ୍ପରିକ ଧାନ ଖାଦ୍ୟ ଓ ପୁଷ୍ଟିକର ସୁରକ୍ଷା ଯୋଗାଇବ ବୋଲି ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଜୈବ ବିବିଧତା ଓ ପ୍ରାକୃତିକ ସଂରକ୍ଷଣ ବିଭାଗର ସହାୟକ ପ୍ରଫେସର ଡ. ଦେବବ୍ରତ ପଣ୍ଡା ପ୍ରକାଶ କରିଛନ୍ତି ।ଏଥି ନିମନ୍ତେ କୋରାପୁଟସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ୯ ବର୍ଷ ହେଲା ଗବେଷଣା ଚାଳିଥିବା ସେ ସୂଚନା ଦେଇଛନ୍ତି ।କୋରାପୁଟ ଜିଲ୍ଲା ଧାନ ଉତ୍ପତିସ୍ଥଳ ,ଏଠାରେ ଆଦିମ ଅଧିବାସୀମାନେ ବିଭିନ୍ନ କିସମର ଧାନ ଚାଷ କରିଥାନ୍ତି ।କୋରାପୁଟ ଜିଲ୍ଲାରେ ୧୯୫୦ ମସିହା ବେଳକୁ ୧୭୪୦ ପ୍ରକାର ଧାନ ଚାଷ କରାଯାଉଥିବା ବେଳେ ୧୯୯୫ ମସିହା ବେଳକୁ ଏହା ୩୪୦ କିସମକୁ ଖସି ଆସିଥିଲା ଓ ବର୍ତମାନେ ୧୩୦ ପ୍ରକାରର ଧାନ ଚାଷ କରାଯାଉଥିବା ସେ ସୂଚନା ଦେଇଛନ୍ତି ।ସବୁଜ ବିପ୍ଲବ ଓ ହାଇବ୍ରିଡ ଚାଷ ଏହାର ମୁଖ୍ୟ କାରଣ ବୋଲି ସେ ପ୍ରକାଶ କରିଛନ୍ତି ।କଳାଜିରା,ହଳଦିଚୁଡି ଓ ମାଛକଂଟା ୩ ପ୍ରକାର ଧାନର ମରୁଡି ପରିସ୍ଥିତି ସହନ କ୍ଷମତା ରହିଥିବା ଓ କମ ଜଳରେ ଚାଷ ହୋଇପାରିବ ବୋଲି ଗଭେଷଣା କରାଯାଇ ଜଣାପଡିଥିବା ସେ ସୂଚନା ଦେଇଛନ୍ତି ।ସମୁଦ୍ରବାଲ,ିବାସନାମୁଣ୍ଡା ଓ ଗଦବାର ବନ୍ୟା ମୁକାବିଲା କରିବାରେ ସହାୟକ ହେବ ।ଏହି ଧାନଗୁଡିକର ମରୁଡି ଓବନ୍ୟା ସହନଶୀଳତାର ଜିନ ରହିଛି ବୋଲି ସେ ପ୍ରକାଶ କରିଛନ୍ତି ।କୋରାପୁଟ ଜିଲ୍ଲାର ପାରମ୍ପରିକ ଧାନ ସାଧାରଣ କିସମ ଧାନଠାରୁ ଅଧିକା ପୋଷକତତ୍ୱ ବୋଲି ସେ ସୂଚନା ଦେଇଛନ୍ତି । କୋରାପୁଟ ଜିଲ୍ଲାର ଆଦିବାସୀମାନେ କଳାଜିରା,ବାସୁଭୋଗ,ଦେଉଳଭୋଗ,ବସ୍ତାଭୋଗ,ଦୁବରାଜ,ଗଙ୍ଗାବାଲି,ଲକଟିମାଛି,କୁୟରକୁଲିଙ୍ଗ,ମୁକ୍ତାବାଲି,ନଡିଆରସ,ସପୁରୀ,ଟିକିଚୁଡିି ,ତୁଲସି ,ଦୁଧାମଣି ଇତ୍ୟାଦି ୧୪ ପ୍ରକାରର ବାସନା ଧାନ ଚାଷ କରିଥାନ୍ତି ।ଏହାର ବିଭିନ୍ନ ଗୁଣବତା ଉପରେ ଗବେଷଣା କରାଯାଉଥିବା ସେ ପ୍ରକାଶ କରିଛନ୍ତି ।ଅନ୍ୟ ଧାନ ଅପେକ୍ଷା କଳାଜିରା ଧାନର ଅଧିକ ଗୁଣାତ୍ମକ ମାନ ରହିଥିବା ସେ ସୂଚନା ଦେଇଛନ୍ତି ।କଳାଜିରା ଧାନ ଦେଖିବାକୁ କଳା ଓ ଏହାର ଚାଉଳ ଧଳା ଅଟେ ।ବଜାରରେ ମିଳୁଥିବା ବାସୁମତୀ ଧାନଠାରୁ ଏହାର ବାସନା ଅଧିକା ବୋଲି ସେ ସୂଚନା ଦେଇଛନ୍ତି । ଏହି ଚାଉଳରେ ଅନ୍ୟମାନଙ୍କ ଅପେକ୍ଷା କମ ଗ୍ଲେସେମିକ ଇନଡେକ୍ସ ଓ ଅଧିକ ପ୍ରୋଟିନ ଥିବାରୁ ଏହା ମଧୁମେହ ରୋଗୀମାନେ ଖାଇପାରିବେ ବୋଲି ସେ ପ୍ରକାଶ କରିଛନ୍ତି ।ଏହି କଳାଜିରା ଧାନରେ ଗ୍ଲେସେମିକ ଇନଡେକ୍ସ ୫୭ ଓ ପ୍ରୋଟିନ ୧୧.୪ % ପ୍ରତିଶତ ରହିଥିବା ବେଳେ ବାସୁମତି ଧାନରେ ଗ୍ଲେସେମିକ ଇନଡେକ୍ସ ୫୯.୨୯ ଓ ପ୍ରୋଟିନ ୭.୨୯% ରହିଛି ବୋଲି ସେ ସୂଚନା ଦେଇଛନ୍ତି ।ଏହି ଧାନରେ ଅନ୍ୟ ଧାନ ଅପେକ୍ଷା କମ କାର୍ବୋହାଇଡ୍ରେଟ ,କମ ଫେଟ ଓ ଅଧିକ ଫାଇବର ରହିଛି ।ଏହା ଆଦିବାସୀମାନଙ୍କର ପୁଷ୍ଟିକ ସୁରକ୍ଷାରେ ସହାୟକ ହେବ ବୋଲି ସେ ପ୍ରକାଶ କରିଛନ୍ତି ।କୋରାପୁଟ ଜିଲ୍ଲାରେ ପାଖାପାଖି ୧୮୦୦ ଚାଷୀ କଳାଜିରା ଧାନ ଚାଷ କରୁଥିବା ବେଳେ ୧୦୦ କ୍ୱିଟାଂଲ ଉତ୍ପାଦନ ହୋଇଥାଏ ବୋଲି ସେ ସୂଚନା ଦେଇଛନ୍ତି । ଐହି ଧାନର ଜିଆଇ ଟାଗିଂ ପାଇଁ ଓରମାସ ,ସ୍ୱାମୀନାଥନ ଫାଉଣ୍ଡେସନ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଥିବା ସେ ପ୍ରକାଶ କରିଛନ୍ତି ।କୋରାପୁଟର ଏହି ବିରଳ କିସମର ପାରମ୍ପରିକ ଧାନକୁ ବିଲୁପ୍ତ ହେବା ପୂର୍ବରୁ ଚାଷୀଙ୍କୁ ଉତ୍ସାହିତ କରିବା ସହିତ ବଜାରୀକରଣର ଆବଶ୍ୟକତା ରହିଛି ବୋଲି ସେ ସୂଚନା ଦେଇଛନ୍ତି ।ଏହି ଧାନ କୋରାପୁଟ ଓ ଓଡିଶା ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ଗ୍ରହଣ କରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି ।କଳାଜିରା ଚାଉଳ ବିରିଆନି,କ୍ଷିରୀ ଓ ପଲାଉ ପାଇଁ ଉକୃଷ୍ଟ ବୋଲି ସେ ପ୍ରକାଶ କରିଛନ୍ତି ।