Odiapua.com

ଜନ୍ମ କଲା ପୁଅକୁ ମାରିଲା ବାପା

ମୟୁରଭଞ୍ଜ,୦୩/୦୯,(ଓଡ଼ିଆ ପୁଅ ପି ନାଏକ): ନୃଶଂସ ବାପାର କୀର୍ତ୍ତି। ପୁଅକୁ କଚାଡି ମାରିଲା ବାପା। ମୟୂରଭଞ୍ଜ ଶରତ ଥାନା ଲାବଣ୍ୟଦେଇପୁର ଗାଁରେ ଘଟିଛି ଏହି ଲୋମହର୍ଷଣକାରୀ ଘଟଣା। ଅଭିଯୁକ୍ତ ମଧୁସିଂ ହେମ୍ରମ ମାନସିକ ବିକୃତ ବୋଲି ଜଣାପଡିଛି। ସୂଚନା ଅନୁସାରେ, କୌଣସି କାରଣକୁ ନେଇ ମଧୁସିଂଙ୍କର ପଡୋସୀଙ୍କ ସହ ଝଗଡା ହୋଇଥିଲା। ଏହାପରେ ଘରକୁ ଫେରି ପୁଅକୁ ପଥରରେ କଚାଡି ମାରିଥିଲା। ଫଳରେ ଘଟଣାସ୍ଥଳରେ ତାର ମୃତ୍ୟୁ ହୋଇଥିଲା। ଗାଁଲୋକେ ଅଭିଯୁକ୍ତ ବାପା ମଧୁସିଂ ହେମ୍ରମକୁ କାବୁ କରି ପୋଲିସକୁ ସୂଚନା ଦେଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରି ତଦନ୍ତ କରୁଛି।

୩୮ ଲକ୍ଷରୁ ଉର୍ଦ୍ଧ୍ୱ ପାଠକଙ୍କୁ ଧନ୍ୟବାଦ : ‘ଓଡ଼ିଆ ପୁଅ’ ପେଜ୍ ଭିଉଜ୍ ୫ ମିଲିୟନ୍ ଟପିଲା