Odiapua.com

ଜନଜାତି ଛାତ୍ର ବିରୋଦ୍ଧି ମନୋଭାବ ପ୍ରତିବାଦରେ ଦସ୍ତଖତ ଅଭିଯାନ

କୋରାପୁଟ ; ତା୧୮-୦୧-୧୯(ଓଡିଆପୁଅ /ରଂଜନ କୁମାର ଦାସ) ଭାରତୀୟ ଜନତା ପାର୍ଟି ନେତୃତ୍ୱାଧୀନ କେନ୍ଦ୍ର ସରକାରର ଜନଜାତି ଛାତ୍ର ବିରୋଦ୍ଧି ମନୋଭାବକୁ ପ୍ରତିବାଦ କରି କୋରାପୁଟ ଜିଲା ଛାତ୍ର ଓ ଯୁବ ବିଜୁ ଜନତା ଦଳ ଜନଜାତି ଛାତ୍ରଛାତ୍ରୀ ମାନଙ୍କ ଦସ୍ତଖତ ଅଭିଯାନ ଆରମ୍ଭ କରିଛି । ଜିଲା ବିଜେଡି ଯୁବ ସଭାପତି ଅମିତ ଅଗ୍ରୱାଲ୍,ଛାତ୍ର ବିଜେଡି ସଭାପତି ଏସ୍.କନ୍ଧପାନଙ୍କ ନେତୃତ୍ୱରେ କୋରାପୁଟ ସରକାରୀ ମହାବିଦ୍ୟାଳୟରେ ଆୟୋଜିତ ଦସ୍ତଖତ ଅଭିଯାନରେ ଛାତ୍ରଛାତ୍ରୀ ମାନଙ୍କୁ ଭାରତୀୟ ଜନତା ପାର୍ଟି ସରକାରର ଛାତ୍ର ମାରଣ ନିତି ସମ୍ପର୍କରେ ବୁଝାଇ ଦିଆ ଯାଇଥିଲା । ଜିଲା ବିଜେଡି ସଭାପତି ତଥା ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଇଶ୍ୱର ଚନ୍ଦ୍ର ପାଣିଗ୍ରାହି, ପୂର୍ବତନ ବିଧାୟକ ଗୁପ୍ତ ପ୍ରସାଦ ଦାଶ,ରଘୁରାମ ପଡାଲ, ଜିଲା ମହିଳା ବିଜେଡି କାର୍ଯ୍ୟକାରୀ ସଭାନେତ୍ରୀ ରୀତା ପାଣିଗ୍ରାହି, ଯୁବ ଓ ଛାତ୍ର ବିଜେଡିର କୋରାପୁଟ ଜିଲା ପର୍ଯ୍ୟବେକ୍ଷକ ମହମ୍ମଦ୍ ଶାହୀଦ୍,ଯୁବ ବିଜେଡି ରାଜ୍ୟ ସମ୍ପାଦକ ଧର୍ମେନ୍ଦ୍ର ଅଧିକାରୀ,କୋରାପୁଟ ଜିଲ୍ଲା ଯୁବ ବିଜେଡି ସଭାପତି ଅମିତ ଅଗ୍ରଓାଲ , ଉପସଭାପତି ଭରତ ମଲ୍ଲିକ , ଜିଲ୍ଲା ଛାତ୍ର ବିଜେଡି ସଭାପତି ଶିବରାଜ କନ୍ଧପାଣ ,ଯୁବ ନେତା ଲଲାଟ ରଂଜନ ସେଠୀ , ପିଟୁଂ ସାହୁ ,ରଘୁରାମ ମାଛ , କ୍ରୀଟ ସଭାପତି ଅଶୋକ ପାଙ୍ଗୀ ,ଲକ୍ଷ୍ମିପୁର ନିର୍ବାଚନମଣ୍ଡଳିର ବିଜଡେି ଉପ ପର୍ଯ୍ୟବେକ୍ଷକ ଶିବ ପଟନାୟକ , ଜିଲା ଉପ-ସଭାପତି ତ୍ରିପୁରାରୀ ଗରଡା ଓ ଅନ୍ୟାନ୍ୟ କର୍ମକର୍ତା ଯୋଗ ଦେଇ ଭାରତୀୟ ଜନତା ପାର୍ଟି ସରକାରକୁ ତୀବ୍ର ସମାଲୋଚନା କରିଥିଲେ । କୋରାପୁଟ ଜିଲାର ୩୫ ହଜାର ଜନଜାତି ଛାତ୍ରଛାତ୍ରୀ ଓ ସେମାନଙ୍କ ପିତା ମାତାଙ୍କ ଦସ୍ତଖତ ସଂଗ୍ରହ କରି କେନ୍ଦ୍ର ବିରୁଦ୍ଧରେ ରାଷ୍ଟ୍ରପତିଙ୍କ ନିକଟକୁ ପଟାଯିବ ବୋଲି ବିଜେଡି ନେତୃ ମଣ୍ଡଳୀ ପ୍ରକାଶ କରିଥିଲେ । ଜନଜାତି ଛାତ୍ରଛାତ୍ରୀ ମାନଙ୍କ ଶିକ୍ଷା ନିମନ୍ତେ କେନ୍ଦ୍ର ପୂର୍ବରୁ ୯୦ ପ୍ରତିଶତ ଅନୁଦାନ ଦେଉଥିଲାବେଳେ ରାଜ୍ୟ ସରକାର ମାତ୍ର ୧୦ ପ୍ରତିଶତ ଦେଉତିଲେ,କିନ୍ତୁ ଗତ ୨ବର୍ଷ ହେବ କେନ୍ଦ୍ର ସରକାର ରାଜନୈତିକ ଅଭିସନ୍ଧି ରଖି ଓଡିଶାର ଜନଜାତି ଛାତ୍ରଛାତ୍ରୀଙ୍କୁ ୯୦ ବଦଳରେ ମାତ୍ର ୨୦ ପ୍ରତିଶତ ଦେଉଛି,ଯାହା ଫଳରେ ଛାତ୍ରଛାତ୍ରୀ ପାଠ ପଢିବାରେ ବ୍ୟାଘାତ ସୃଷ୍ଟି ହେଉଥିବାବେଳେ ସେମାନଙ୍କ ଭବିଷ୍ୟତକୁ ଅନ୍ଧକାରକୁ ଠେଲି ଦିଆ ଯାଉଛି ବୋଲି ବିଜେଡି ନେତାମାନେ ବକ୍ତବ୍ୟ ରଖିଥିଲେ ।