Odiapua.com

ଜଙ୍ଗଳଜମିକୁ ଅଣଜଙ୍ଗଳ ଜମିରେ ପରିଣତ କରିବାକୁ ମାଲକାରବନ୍ଧ ପଲ୍ଲିସଭା ପ୍ରତ୍ୟାଖ୍ୟାନ କଲେ

କୋରାପୁଟ ; ତା୦୪-୦୯-୧୮(ଓଡିଆପୁଅ/ରଂଜନ କୁମାର ଦାସ)ପଟ୍ଟାଙ୍ଗୀ ବ୍ଲକର ସେରୁବନ୍ଧ ବକ୍ସସାଇଟ ଖଣିରୁ ଖନନ କରିବା ନିମନ୍ତେ ନାଲକୋ ରାଜ୍ୟ ସରକାରଙ୍କ ସହ ଚୁକ୍ତିନାମା କରିଥିବା ବେଳେ ଖଣି ଖନନ ପୂର୍ବରୁ ଜଙ୍ଗଳଜମିକୁ ଅଣଜଙ୍ଗଳ ଜମିରେ ପରିଣତ କରିବା ନିମନ୍ତେ ପଲ୍ଲିସଭା କରିବାକୁ ପ୍ରଶାସନ ନୋଟିସ ଜାରି କରିଥିଲା ।ନୋଟିସ ଅନୁସାରେ ଆଜି ମାଳିପୁତ ପଂଚାୟତର ମାଲକାରବନ୍ଧଠାରେ ପଲ୍ଲିସଭା ଆୟୋଜନ କରାଯାଇଥିଲା ।ଓାର୍ଡ ସଭ୍ୟ ପୂର୍ଣ୍ଣ ଗୁଣ୍ଠା , ସରପଂଚ ଜୟନ୍ତି ଚପାଡି , ସମିତି ସଭ୍ୟ ସୋମନାଥ ଗୁଣ୍ଠା ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ଗ୍ରାମବାସୀମାନେ ଏହାର ତୀବ୍ର ବିରୋଧ କରିଥିଲେ । ଜଙ୍ଗଳଜମି ଅଧିକାର ଆଇନ ଦ୍ୱାରା ଗୋଷ୍ଠୀ ଜଙ୍ଗଳଜମି ପଟ୍ଟା ପାଇଁ ଆବେଦନ କରାଯାଇଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ ମିଳି ନ ଥିବା ବେଳେ ଆମ୍ଭେ କାହିଁକି ଏହାକୁ ଅଣଜଙ୍ଗଳ ଜମିରେ ପରିଣତ କରିବାକୁ ଦେବୁ ବୋଲି ପ୍ରଶ୍ୱ କରିଥିଲେ ।କୈାଣସି ପରିସ୍ଥିତିରେ ମଧ୍ୟ ଏହା କରିବାକୁ ଦେବୁ ନାହିଁ ବୋଲି ଗ୍ରାମବାସୀମାନେ ପ୍ରକାଶ କରିଥିଲେ ।ପଲ୍ଲିସଭାର ନୋଡାଲ ଅଧିକାରୀ କନିଷ୍ଠ ଯନ୍ତ୍ରୀ ସୂର୍ଣ୍ଣପ୍ରଭା ନାୟକ , ଗ୍ରାମପଂଚାୟତ ନିର୍ବାହୀ ଅଧିକାରୀ ଦିବାକର ପୁରୋହିତ , ଜିଆରଏସ ମମିତା ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।ପଲ୍ଲିସଭାରେ ଏହାକୁ ପ୍ରତ୍ୟାଖ୍ୟାନ କରାଯାଇଥିବା ଜଣାପଡିଛି ।ସେରୁବନ୍ଧ ବକ୍ସାଇଟ ଖଣି ଖନନ ଦ୍ୱାରା ପଟ୍ଟାଙ୍ଗୀ ବ୍ଲକର ମାଳିପୁଟ ,ପଟ୍ଟାଙ୍ଗୀ ଓ ନୁଆଗାଁ ଏବଂ ସେମିଲିଗୁଡା ବ୍ଲକର ସୋରିଷପଦର ଓ ଖୁଡୀ ପଂଚାୟତର ୪୫ ଖଣ୍ଡ ଗ୍ରାମ ପ୍ରଭାବିତ ହେବ ବୋଲି ଜଣାପଡିଛି ।