Odiapua.com

ଜଗନ୍ନାଥ ମନ୍ଦିର ପରିଚାଳନାରେ ବ୍ୟାପକ ଅବ୍ୟବସ୍ଥା ନେଇ ଜିଲ୍ଲା ବିଜେପିର ଦୀପ ପ୍ରଜ୍ଜଳନ ଓ କୁଶ ପୁତଲିକା ଦାହ

କୋରାପୁଟ ; ତା୦୩-୦୧-୧୯(ଓଡିଆପୁଅ /ରଂଜନ କୁମାର ଦାସ) ପୁରୀ ଜଗନ୍ନାଥ ମନ୍ଦିର ପରିଚାଳନାରେ ବ୍ୟାପକ ଅବ୍ୟବସ୍ଥା ନେଇ କୋରାପୁଟ ଜିଲ୍ଲା ବିଜେପିର କର୍ମକର୍ତାମାନେ ଦୀପ ପ୍ରଜ୍ଜଳନ କରିବା ସହ ମୁଖ୍ୟମନ୍ତ୍ରୀ ଓ ଆଇନମନ୍ତ୍ରୀଙ୍କ କୁଶ ପୁତଲିକା ଦାହ କରିଥିଲେ ।
କୋରାପୁଟ ଜିଲ୍ଲା ବିଜେପି ସଭାପତି ବିଜୟ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ କର୍ମିମାନେ ଜଗନ୍ନାଥ ମନ୍ଦିରକୁ ଯାଇ ଦୀପ ପ୍ରଜ୍ଜଳନ କରିଥିଲେ ।ଏହାପରେ ମନ୍ଦିରଛକଠାରେ ରାଜ୍ୟ ସରକାରଙ୍କ ପୁରୀ ଜଗନ୍ନାଥ ମନ୍ଦିର ପରିଚାଳନାକୁ ନେଇ ବ୍ୟାପ ଅବ୍ୟବସ୍ଥା କରିଥିବା ଅଭିଯୋଗ କରି ବିଭିନ୍ନ ସ୍ଲୋଗାନମାନ ଦେଉଥିବା ନଜର କରାଯାଇଥିଲା ।ଏହାପରେ ରାଜ୍ୟ ମୁଖ୍ୟମନ୍ତ୍ରୀ ନବିନ ପଟନାୟକ ଓ ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ କୁଶ ପୁତଲିକା ଦାହ କରିଥିଲେ ।କୋରାପୁଟ ମଣ୍ଡଳ ସଭାପତି ଜି .ସଂଜିବ କୁମାର ରାଓ , ଜିଲ୍ଲା ସାଧାରଣ ସଂପାଦକ ଅଶ୍ୱିନୀ ପଟନାୟକ , ଜିଲ୍ଲା ସାଧାରଣ ସଂପାଦକ ତ୍ରୀନାଥ ପଣ୍ଡା , ଘନଶ୍ୟାମ ଟାକ୍ରୀ , କର୍ପୁର ହନ୍ତାଲ , ଡି.ରାମା ରାଓ , ମହିପାଳ ସିଂ , ସୁରେଶ ବାଘ , ଚିତରଂଜନ ଶତପଥି , ଶେଖର ପଟନାୟକ , ମନୋଜ ନାୟକ ପ୍ରମୁଖଙ୍କ ସହ ଅନେକ କର୍ମି ଯୋଗଦେଇଥିଲେ ।