Odiapua.com

ଛତୁ ପ୍ରସ୍ତୁତକାରୀମାନଙ୍କୁ ତାଲିମ ପ୍ରଦାନ

କୋରାପୁଟ ୧୪-୦୬ (ଓଡିଆ ପୁଅ /ରଂଜନ କୁମାର ଦାସ)କୋରାପୁଟ ଜିଲ୍ଲାରେ ଛତୁ ପ୍ରସ୍ତୁତକାରୀ ଏସଏଚଜିର ସଭାନେତ୍ରୀ ଓ ସଂପାଦିକାମାନଙ୍କୁ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଆନୁକୁଲ୍ୟରେ ଦିନିକିଆ ତାଲିମ ପ୍ରଦାନ କରାଯାଇଅଛି। କୋରାପୁଟ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ହରିକୃଷ୍ଣ ପ୍ରଧାନ ମୁଖ୍ୟ ଅତିଥିଭାବେ ଯୋଗଦେଇ ବର୍ଷାଦିନ ଆସୁଥିବାରୁ ଛତୁର ରକ୍ଷାଣବେକ୍ଷଣ ଉପରେ ଗୁରୁତ୍ୱ ଦେଇଥିଲେ।ଏହି ତାଲିମ ଶିବିରରେ ଜିଲ୍ଲାର ୨୬ ଟି ଏସଏଚଜି ଗ୍ରୁପର ସଭାନେତ୍ରୀ ଓ ସଂପାଦିକାମାନେ ଯୋଗଦେଇଥିଲେ। ଏନଓପି ମ୍ୟାନେଜର ମମତା ମହାନ୍ତି, ମିଶନ ଶକ୍ତିର ଜିଲ୍ଲା ପ୍ରକଳ୍ପ ସଂଯୋଜକ ଜୟକୃଷ୍ଣ ମହାପାତ୍ର ଯୋଗଦେଇ ତାଲିମ ପ୍ରଦାନ କରିଥିଲେ। ଜିଲ୍ଲା ମିଶନଶକ୍ତି ସଂଯୋଜିକା ବିନୋଦିନୀ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।