Odiapua.com

ଚେତାବନୀ: ନଭେମ୍ବରରେ ପୁଣି କାୟା ବିସ୍ତାର କରିପାରେ କରୋନା!

ଭୁବନେଶ୍ୱର: ବିଶ୍ୱରେ ୧.୩୫ ଲକ୍ଷରୁ ଉର୍ଦ୍ଧ୍ଵ ଲୋକଙ୍କ ଜୀବନ ନେଇ ସାରିଥିବା ମହାମାରୀ କରୋନା ଭାଇରସ୍ ସଂକ୍ରମଣ ଆଗାମୀ ଏକ କିମ୍ବା ଦୁଇ ମାସ ମଧ୍ୟରେ ମନ୍ଥର ହୋଇ ଯାଇପାରେ। କିନ୍ତୁ, ନଭେମ୍ବର ମାସ ବେଳକୁ ପୁଣି ଥରେ ଏହି ମାରାତ୍ମକ ମହାମାରୀର ବିନାଶ ସାରା ବିଶ୍ୱରେ ଦେଖିବାକୁ ମିଳିପାରେ। ଚୀନ୍‌ର ଜଣେ ବରିଷ୍ଠ ଚିକିତ୍ସା ବିଶେଷଜ୍ଞ ଏପରି ଚେତାବନୀ ଦେଇଛନ୍ତି। ତିନିମାସ ଧରି ଚାଲିଥିବା କରୋନା ବିରୋଧୀ ଯୁଦ୍ଧ ପରେ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଅର୍ଥନୀତିକୁ ପୁନଃ ପ୍ରାପ୍ତ କରିବାକୁ ଉଦ୍ୟମ ଚାଲିଛି। ସାଂଘାଇରେ କୋଭିଡ -୧୯ ମେଡିକାଲ ବିଶେଷଜ୍ଞ ଦଳର ନେତୃତ୍ୱ ନେଉଥିବା ୱାଙ୍ଗ ବେନହାଙ୍ଗଙ୍କ ମତରେ ସମସ୍ତ ଦେଶକୁ ବାରମ୍ବାର ଏପରି ଜୀବାଣୁ ବିସ୍ତାର ହେବା ଦିଗରେ ଦୀର୍ଘ ସମୟ ପାଇଁ ଏକ ନମନୀୟ ଉପାୟ ଅବଲମ୍ବନ କରିବାକୁ ପଡ଼ିବ। ଯଦିଓ ୱାଙ୍ଗ ବେନହାଙ୍ଗ ଆଶା କରିଛନ୍ତି ଯେ ଶୀତ ଆସିବା ପୂର୍ବରୁ ପୃଥିବୀର ବିଭିନ୍ନ ଦେଶ ମହାମାରୀକୁ ହୁଏତ ନିୟନ୍ତ୍ରଣ କରିପାରନ୍ତି, କିନ୍ତୁ ଏହା ସହ ସେ ଚେତାବନୀ ଦେଇଛନ୍ତି ଯେ ଚାଇନା ସମେତ ବିଶ୍ଵର ଅନେକ ରାଷ୍ଟ୍ର ଶୀତୠତୁ ବେଳକୁ କରୋନା ଭାଇରସର ଦୂତିୟ ସଂକ୍ରମଣର ସମ୍ମୁଖୀନ ହୋଇପାରନ୍ତି। – ଦେବଦତ୍ତ ରଥ

ହତ୍ୟା ଘଟଣା ଲୁଚାଇଦେବା ପାଇଁ ଜଙ୍ଗଲରେ ଲଗାଇ ଦିଆଗଲା ନିଆଁ !