Odiapua.com

ଚାଷୀ ଆତ୍ମହତ୍ୟା ଘଟଣା ; କୋରାପୁଟ ଉପଜିଲ୍ଲାପାଳ ଓ ପ୍ରଶାସନିକ ଅଧିକାରୀ ଗ୍ରାମକୁ ଯାଇ ତଦନ୍ତ କଲେ

କୋରାପୁଟ ; ତା୦୨-୦୯-୧୮(ଓଡିଆପୁଅ/ରଂଜନ କୁମାର ଦାସ)ସେମିଲିଗୁଡା ବ୍ଲକ ଅନ୍ତର୍ଗତ ମାଲିମାରଲା ଗ୍ରାମର ଜଣେ କୀଟନାଶକ ଖାଇ ଆତ୍ମହତ୍ୟା ଘଟଣାର ଜିଲ୍ଲା ପ୍ରଶାସନ ଦ୍ୱାରତ୍ତତଦନ୍ତ କରାଯାଇଛି ।ମାଲିମାରଲା ଗ୍ରାମର ବଳରାମ ଗୁଣ୍ଠା ଗତକାଲି କୋରାପୁଟ ଡାକ୍ତରଖାନାରେ ଚିକିସôାଧିନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ ।ଲଗାଣ ବର୍ଷାରେ ଫସଲ ନଷ୍ଟ ହୋଇଯାଇଥିବା ବେଳେ ରଣ ପରିଶୋଧ ନ କରିପାରି ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ଆସିବା ପରେ କୋରାପୁଟ ଉପଜିଲ୍ଲାପାଳ ଲଲିତ କୁମାର କହଁର , ଉଦ୍ୟାନ ଉପନିଦେ୍ର୍ଦଶକ ଶଙ୍କର୍ଷଣ ରାଉତ , ସୁନାବେଡା ପୋଲିସ ଉପଖଣ୍ଡ ଅଧିକାରୀ ନିରଞନ ବେହେରା ପ୍ରମୁଖ ଉକ୍ତଗ୍ରାମକୁ ଯାଇ ପରିବାର ଲୋକମାନଙ୍କ ସହ ଆଲୋଚନା କରିବା ସହ ତଦନ୍ତ କରିଥିଲେ ।ବଳରାମ ଅଳ୍ପ ଜମିରେ ଅଦା ଚାଷ କରିଥିଲେ ଓ ଫସଲ ନଷ୍ଟ ହୋଇ ନ ଥିଲା ବୋଲି ଉପଜିଲ୍ଲାପାଳ ଶ୍ରୀ କହଁର ପ୍ରକାଶ କରିଥିଲେ ।ରଣ ପରିଶୋଧ ନ କରିପାରି ଆତ୍ମହତ୍ୟା କରିଥିବା ଯେଉଁ ଅଭିଯୋଗ ହୋଇଥିଲା ତାହାର ସତ୍ୟତା ନାହିଁ ବୋଲି ସେ ପ୍ରକାଶ କରିଥିଲେ ।ତଦନ୍ତ ରିପୋର୍ଟ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯିବ ବୋଲି ସେ ସୂଚନା ଦେଇଥିଲେ ।