Odiapua.com

ଚାଲିଛି ଭୋଟ ଦାନ,କାର୍ଯ୍ୟକର୍ତ୍ତା ଉତ୍ସାହିତ

ଭୁବନେଶ୍ୱର,୨୩,୦୨,୨୦୧୮(ଓଡ଼ିଆ ପୁଅ/ଦେବଦତ୍ତ ରଥ) :ପ୍ରତିକ୍ଷିତ ବିଜେପୁର ଉପ-ନିର୍ବାଚନ ପାଇଁ ଚାଲିଛି ଭୋଟ ଦାନ।ଓଡ଼ିଶା ରାଜନୀତିରେ ଯାହା ସବୁ ଦେଖାଯାଇ ନଥିଲା ବିଜେପୁର ଉପ-ନିର୍ବାଚନରେ ସେ ସବୁ ଦେଖିବାକୁ ମିଳିଲା।ଫଳାଫଳ ନେଇ ପ୍ରମୁଖ ତିନୋଟି ଦଳ ବିଜେଡି,ବିଜେପି ଏବଂ କଂଗ୍ରେସ ଯେତିକି ଆଶାୟୀ ଉତ୍ସାହିତ ଅଛନ୍ତି ସେତିକି ଶଙ୍କାରେ ମଧ୍ୟ ଅଛନ୍ତି।ନବୀନ ଏବଂ ବିଜେଡି ପାଇଁ ଏହି ନିର୍ବାଚନ ସମ୍ମାନର ପ୍ରଶ୍ନ ହୋଇଥିବା ବେଳେ ପୂର୍ବରୁ ସେ ଆସନ କଂଗ୍ରେସର ଥିବାରୁ ସେମାନଙ୍କ ପାଇଁ ଓଡ଼ିଶାରେ ସ୍ଥିତି ଜାହିରର ପ୍ରଶ୍ନ ଏବଂ ବିଜେପି ପାଇଁ ମିଶନ-୧୨୦ର ମୂଳଦୁଆ। ଜିଲ୍ଲା ପରିଷଦ ନିର୍ବାଚନ ପରେ ବିଜେପିର କିଛିଟା ସଫଳତା ଏବଂ ପରେ ଅମିତ ଶାହାଙ୍କର ଓଡ଼ିଶା ଆସି ୧୨୦ ମନ୍ତ୍ର ଫୁଙ୍କିବା ପରେ ବିଜେପି ହିଁ ସବୁଠୁ ଅଧିକ ଉତ୍ସାହିତ ଜଣାପଡ଼ୁଛି।ଫଳାଫଳ ତ’ ଜଣା ପଡ଼ିବ ୨୮ରେ କିନ୍ତୁ ଆଜିର ଭୋଟ ଦାନରେ ସଫଳତା କାମନା କରି ବିଜେପି ପକ୍ଷରୁ ଦୀପ ଦାନ କରାଗଲାଣି। ବାଲେଶ୍ୱର କାଳି ମନ୍ଦିର ନିକଟରେ ଜଣେ ବିଜେପି ମହିଳା କାର୍ଯ୍ୟକର୍ତ୍ତା ବିଜେପିର ସଫଳତା ମନାସି ଦୀପଦାନ କରୁଛନ୍ତି।