Odiapua.com

ଚାରା ଘୋଟାଲାର ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲା ବିଜେପିର ଏସପିଙ୍କୁ ଏତଲା ପ୍ରଦାନ

କୋରାପୁଟ ;ତା୦୭-୦୯-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) ମହାତ୍ମାଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଉଦ୍ୟାନ ବିଭାଗରେ ଚାରା ଘୋଟାଲା ହୋଇଥିବା ଅଭିଯୋଗ ଆସିବା ପରେ କୋରାପୁଟ ଜିଲ୍ଲା ବିଜେପି ତରଫରୁ ଘୋଟାଲାରେ ଅଭିଯୁକ୍ତ ନେତା ଓ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଏକ ଏତଲା କୋରାପୁଟ ଏସପି ଡାକ୍ତର କନଓାର ବିଶାଳ ସିଂଙ୍କୁ ପ୍ରଦାନ କରାଯାଇଛି।କୋରାପୁଟ ଜିଲ୍ଲା ବିଜେପି ସଭାପତି ବିଜୟ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ କର୍ମିମାନେ ଏକ ଶୋଭାଯାତ୍ରାରେ ଏସପିଙ୍କ କାର୍ଯ୍ୟାଳୟକୁ ଯାଇ ଏତଲା ପ୍ରଦାନ କରିଥିଲେ।ଏହି ଯୋଜନାର ସୁଫଳ ହିତାଧିକାରୀଙ୍କୁ ମିଳିବା ପରିବର୍ତେ ଶାସକ ବିଜେଡିର ପୃଷ୍ଠପୋଷକତାରେ ଜିଲ୍ଲାର ପ୍ରଶାସନିକ କଳକୁ ବ୍ୟବହାର କରାଯାଇ ବିପୁଳ ଅର୍ଥ ହେରଫେର ହେଉଥିବା ଜିଲ୍ଲା ସଭାପତି ଶ୍ରୀ ମିଶ୍ର ଅଭିଯୋଗ କରିଥିଲେ।ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ କୃଷି ମନ୍ତ୍ରୀ ଦାମୋଦର ରାଉତ ୧୦୦ କୋଟି ଟଙ୍କା ଦୁର୍ନିତି ହୋଇଥିବା କହିଥିବା ବେଳେ କୋରାପୁଟ ଜିଲ୍ଲାରେ ଉଦ୍ୟାନ ବିଭାଗରେ ୪୭ ଲକ୍ଷ ଟଙ୍କାର ହେରଫେର ହୋଇଥିବା ସେ ଅଭିଯୋଗ କରିଥିଲେ।ମଞି କ୍ରୟ, ଚାରା ପ୍ରସ୍ତୁତି, ବୃକ୍ଷରୋପଣ ପାଇଁ ଜମି ପ୍ରସ୍ତୁତି, ଗାତଖୋଲା, ରାସାୟନିକ ସାର ଓ ଜୈବିକ ସାର କ୍ରୟ ଓ ହିତାଧିକାରୀଙ୍କୁ ମଞୁରୀ ପ୍ରଦାନ ପ୍ରଭୃତିରେ ବ୍ୟାପକ ଦୁର୍ନିତି ହୋଇଥିବା ସେ ଆହୁରୀ ଅଭିଯୋଗ କରିଥିଲେ।ଦାବି ପତ୍ର ପ୍ରଦାନ ବେଳେ ଜିଲ୍ଲା ସାଧାରଣ ସଂପାଦକ ଅଶ୍ୱିନୀ ପଟନାୟକ, ନଗର ସାଧାରଣ ସଂପାଦକ ସନ୍ତୋଷ କୁମାର ଦାସ, ଜି .ସଂଜିବ କୁମାର, ସିଦ୍ଧାର୍ଥ ଶଙ୍କର ମୁଦୁଲି, ଜିଲ୍ଲା ବିଜେପିର ଅନୁସୂଚିତଜାତି ମୋର୍ଚର୍ାର ସାଧାରଣ ସଂପାଦକ ହରି ଖେମୁଣ୍ଡୁ, ବିଜୟ କୁମାର ରାୟ ଜେନାଦେଓ, ଦେବେନ୍ଦ୍ର ବାହିନିପତି, ଅମର ଆହୁଜା, ଅକ୍ଷୟ କୁମାର ସାହୁ, ବାଳକୃଷ୍ଠ ପାତ୍ର, ଡି .ରାମା ରାଓ, ଡି .ଗୁରୁନାଥ ରାଓ, ରାଜେନ୍ଦ୍ର କୁମାର ସାହୁ, ଘନଶ୍ୟାମ ଟାକ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।

କୋରାପୁଟ ଜିଲ୍ଲାରେ ଚାରା ଘୋଟାଲା ହୋଇ ନ ଥିବା ଉଦ୍ୟାନ ବିଭାଗର ଉପନିର୍ଦ୍ଦେଶକ ଶଙ୍କର୍ଷଣ ରାଉତ ପ୍ରକାଶ କରିଥିଲେ।୨୦୧୫/୧୬ ଓ ୨୦୧୬/୧୭ ମସିହାରେ ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଚାରା ରୋପଣ କରାଯାଇଥିଲା ଏବଂ ରାସାୟନିକ ସାର ଓ ଜୈବିକ ସାର, ମେଡିସିନ ନିମନ୍ତେ ୪୭ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା ବୋଲି ସେ ସୂଚନା ଦେଇଥିଲେ।ପ୍ରତିବର୍ଷ ଏହି ଯୋଜନାରେ ସାମାଜିକ ସମୀକ୍ଷା କରାଯାଉଥିବା ସେ ପ୍ରକାଶ କରିଥିଲେ। ମୁଁ ଜାଣିବାରେ ସେପରି କିଛି ଘୋଟାଲା ହୋଇନାହିଁ ଏବଂ ସରକାରଙ୍କ ଗାଇଡଲାଇନ ଅନୁସାରେ ସାର ଓ ମେଡିସିନ କ୍ରୟ କରାଯାଇଥିବା ସେ ପ୍ରକାଶ କରିଥିଲେ।