ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୭/୧୧- ନୟାଗଡ ଜିଲ୍ଲା ରଣପୁର ତହସିଲ କୋଇଲମା ଅଂଚଳ ରେ ଚାଲିଥିବା ବେଆଇନ ଖଣି ଓ ବେଆଇନ ବିସ୍ପୋରଣ କୁ ଅଂଚଳବାସୀ ବିରୋଧ କରିଆସୁଥିଲେ । ପ୍ରଶାସନ କୁ ଲିଖିତ ଭାବରେ ଜଣାଇଥିଲେ ମଧ୍ୟ ପ୍ରଶାସନିକ ଅବହେଲା ବିରୁଦ୍ଧରେ ଆନ୍ଦୋଳନ ତୀବ୍ର ହୋଇଛି । ସେଥିପାଇଁ ନଭେମ୍ବର ୨୭ ତାରିଖ ଅପରାହ୍ନରେ କୋଇଲମା ରଘୁନାଥ ମନ୍ଦିର ପ୍ରାଙ୍ଗଣରେ ମିଳିତ କ୍ରିୟାନୁଷ୍ଠାନ କମିଟି ତରଫରୁ ଏକ ପ୍ରତିବାଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ଲୋଧାଚୁଆ ଓ ବୃନ୍ଦାବନପୁର ଗ୍ରାମ ପଞ୍ଚାୟତ ର ଜଙ୍ଗଲ ଓ ପରିବେଶ ସୁରକ୍ଷା କମିଟିର ସଭାପତି ଶରତ କୁମାର ମହାପାତ୍ରଙ୍କ ନେତୃତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ପ୍ରଶାସନିକ ଆଢୁଆଳରେ ଦୀର୍ଘଦିନ ହେଲା କୋଇଲମା ମୈାଜାରେ ବେଆଇନ ଖଣି ଓ ବିସ୍ପୋରଣ ଚାଲୁଥିଲା । ପ୍ରଶାସନ ବେଆଇନ ଖଣି ଓ ବିସ୍ପୋରଣ ବନ୍ଦ କରିବା ପାଇଁ ପ୍ରତିଶୃତି ଦେଇଥିଲେ ମଧ୍ୟ ପ୍ରତିଶୃତି ପ୍ରତାରଣାରେ ପରିଣତ ହୋଇଛି ବୋଲି ଆଲୋଚନା ହୋଇଥିଲା ।
ତେଣୁ ଚାନ୍ଦପୁର ରାଜସୁନାଖଳା ରାସ୍ତା କୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଆସନ୍ତା ଡିସେମ୍ବର ୨ ତାରିଖରୁ ବନ୍ଦ କରାଯିବ ବୋଲି ନିଷ୍ପତି ନେଇ ପ୍ରଶାସନ କୁ ଚେତାବନୀ ଦେଇଥିବା ଜଣାପଡିଛି । ଏଥିରେ ଆଇନଜୀବି ଗିରିଜାକାନ୍ତ ମହାପାତ୍ର , ମହାଦେବ ମହାରଣା , ଭୀକାରୀ ସାହୁ , କୈଳାସ ସାହୁ , ଭାଗି ନାୟକ , ମିନ ନାୟକ , ଟିକନ ନାୟକ ଆଦି ବହୁ ଅଂଚଳବାସୀ ଯୋଗ ଦେଇଥିଲେ । ଏ ସର୍ମ୍ପକେ ରଣପୁର ତହସିଲଦାର ଯୁଗଲ ମିଶ୍ର ଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ମୁଁ ରାତିସାରା ଦିନସାରା ଖଣି ଅଂଚଳ ବୁଲି ବେଆଇନ ଖଣି ଓ ବେଆଇନ ବିସ୍ପୋରଣ କୁ ବନ୍ଦ କରିବା ପାଇଁ ନିର୍ଦେଶ ଦେଇଛି । ଯଦି ଅନ୍ଧାର ରାତି ର ସୁଯୋଗ ନେଇ କେହି ବେଆଇନ ବିସ୍ପୋରଣ କରୁଥାଏ ନିର୍ଦ୍ଧିଷ୍ଟ ଅଭିଯୋଗ ପାଇଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆନ୍ଦୋଳନକାରୀ ମାନେ ରାସ୍ତାରୋକରୁ ଓହରି ଯାଇ ପ୍ରଶାସନିକ ପଦକ୍ଷେପ କୁ ଦେଖନ୍ତୁ ।