Odiapua.com

ଚାଇନା ଚଷମାରେ ବିଶ୍ୱକୁ ଦେଖୁଛି WHO: ଭାରତ ସହିତ ପକ୍ଷପାତ ..

ଭୁବନେଶ୍ୱର: କରୋନା ଭାଇରସ୍ ଘଟଣାରେ ଚାଇନାର ଦୋଷ ତୃଟିକୁ ଲୁଚାଇ ଏବଂ ଚାଇନାର ଭୁଲକୁ ସମର୍ଥନ ଦେଇ ସାରା ବିଶ୍ଵ ସହିତ ବିଶ୍ୱାସଘାତକତା କରିଥିବା ବିଶ୍ଵ ସ୍ୱାସ୍ଥ୍ୟ ସଙ୍ଗଠନ (WHO) ଏବେ ଭାରତ ସହିତ ପକ୍ଷପାତ କରିଛି। WHO ମାନଚିତ୍ରରେ ଲଦାଖକୁ ଚାଇନାର ଏକ ଅଂଶ ଭାବରେ ଦର୍ଶାଯାଇଛି। ପୂର୍ବରୁ ଚୀନ୍‌କୁ ସମର୍ଥନ କରୁଥିବା ଅଭିଯୋଗରେ ବିଶ୍ୱର କେତେକ ରାଷ୍ଟ୍ରର ବିରୋଧର ସମ୍ମୁଖୀନ ହୋଇଥିବା ବେଳେ ଏବେ ଏପରି ପଦକ୍ଷେପ ପରେ ଭାରତର ମଧ୍ୟ ବିରୋଧର ସମ୍ମୁଖୀନ ହୋଇପାରେ WHO।

WHO ୱେବସାଇଟର ମାନଚିତ୍ରରେ ସୀମା ଭୁଲ ଭାବରେ ଉପସ୍ଥାପିତ ହୋଇଛି। ଲଦାଖର କିଛି ଅଂଶ ଯାହା ଚୀନ୍ ଜବରଦଖଲ କରିଛି (ଅକସାଇ ଚିନ୍), WHO ତାହାକୁ ଚୀନ୍ ସୀମା ଭାବରେ ଦର୍ଶାଇଛି। ଲଦାଖ ଏକ ଭିନ୍ନ ରଙ୍ଗରେ ପ୍ରଦର୍ଶିତ କରାଯାଇଛି। କେବଳ ଲଦାଖ ନୁହେଁ, ଜାମ୍ମୁ କାଶ୍ମୀରକୁ ମଧ୍ୟ ଭିନ୍ନ ରଙ୍ଗରେ ଦର୍ଶାଯାଇଛି। ଜାମ୍ମୁ କାଶ୍ମୀରର କିଛି ଅଂଶକୁ ପାକିସ୍ଥାନ ଅଧିକୃତ କାଶ୍ମୀର (ପିଓକେ) ଭାବରେ ପ୍ରଦର୍ଶିତ କରାଯାଇଛି। ଏହାସହ ମାନଚିତ୍ରରେ ଏହାକୁ ବିବାଦୀୟ ଅଂଶ ଭାବରେ ଦର୍ଶାଯାଇଛି। ଅବଶ୍ୟ ମିଳିତ ଜାତିସଂଘର ଅନେକ ମାନଚିତ୍ରରେ ଜାମ୍ମୁ କାଶ୍ମୀରକୁ ଏକ ବିବାଦୀୟ ଅଂଶ ଭାବରେ ଦର୍ଶାଯାଇଛି। କିନ୍ତୁ, ପ୍ରଥମ ଥର ପାଇଁ ଲଦାଖକୁ ଚୀନର ସୀମା ଭାବରେ ଏବଂ ବିବାଦୀୟ ଭାବରେ WHO ପକ୍ଷରୁ ଚିତ୍ରଣ କରାଯାଇଛି। ଚୀନ୍‌ରେ ଭାରତର ପୂର୍ବତନ ରାଷ୍ଟ୍ରଦୂତ ଭାବରେ ନିଯୁକ୍ତ ଗୌତମ ବାମ୍ବାୱାଲେ କହିଛନ୍ତି ଯେ WHO ଦ୍ୱାରା ପ୍ରଦର୍ଶିତ ହୋଇଥିବା ମାନଚିତ୍ର ଜାତିସଂଘର ମାନଦଣ୍ଡ ବିରୋଧୀ। ସେ କହିଛନ୍ତି ଯେ WHO ମାନଚିତ୍ରଟି ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଏବଂ ଭୁଲ ଅଟେ। -ଦେବଦତ୍ତ ରଥ

ଆମେରିକା: କରୋନା ଆତଙ୍କ ଭିତରେ ଆଉ ଏକ ଭୟଙ୍କର ବିପର୍ଯ୍ୟୟର ଚେତାବନୀ ..