Odiapua.com

ଘାଟିରେ ଓଲଟିଲା ବସ ; ଗୁରୁତର କଣ୍ଡକ୍ଟରଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର

କୋରାପୁଟ ; ତା୦୭-୦୬-୧୯(ଓଡିଆ ପୁଅ /ରଂଜନ କୁମାର ଦାସ) କଟକରୁ ଜୟପୁର ଆସୁଥିବା ଏକ ଘରୋଇ ବସ ଆଜି ଭୋର ସମୟରେ ପଟ୍ଟାଙ୍ଗି ଠାରୁ ୮କିଲୋମିଟର ଦୂର ରାଲେଗାଡା ନିକ ତେଲରାଇ ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡିଛି। ବସ କଣ୍ଡକ୍ଟର ନିରଂଜନ ମୁଦୁଲି ଗୁତୁର ଆହତ ହୋଇଥିବାବେଳେ ଡ୍ରାଇଭର ଜିତେନ୍ଦ୍ର ସିଂହଙ୍କ ସମେତ ପ୍ରାୟ ୫ ଜଣ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି। ସୂଚନା ଅନୁଯାୟୀ ନଡିଆ ରାଣୀ ନମକ ବସ କଟକରୁ ଜୟପୁର ଆସୁଥିଲା। ପଟ୍ଟାଙ୍ଗି ଥାନା ରାଲେଗାଡା ପଂଚାୟତର ତେଲରାଇ ଛକ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଫଳରେ କଣ୍ଡକ୍ଟର ନିରଂଜନ ମୁଦୁଲି ଗେଟରେ ଚାପି ହୋଇ ରହି ଯାଇଥିଲେ। ଖବର ପାଇ ପୁଲିସ ଓ ଓଡ୍ରାଫ ବାହିନୀ ତୁରନ୍ତ ଘଟଣା ସ୍ଥଳରେ ପହଂଚିଥିଲେ। କଟର ଦ୍ୱାରା ବସ ଗେଟକାଟି ଓଡ୍ରାଫ ଟିମ କଣ୍ଡକ୍ଟରଙ୍କୁ ଉଦ୍ଧାର କରଥଲେ। କଣ୍ଡକ୍ଟର ଓ ଡ୍ରାଇଭରଙ୍କୁ ଗୁରୁତର ଅବସ୍ଥାରେ କୋରାପୁଟ ଏସଏଲଏନ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା। କଣ୍ଡକ୍ଟର ନିରଞ୍ଜନଙ୍କ ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି।