Odiapua.com

ଘର ଲିପା ମାଟି ଆଣିବାକୁ ଯାଇ ତିନି ମୃତ ଦୁଇ ଆହତ

ପଟାଙ୍ଗୀ ୧୧-୫ (ଓଡ଼ିଆ ପୁଅ/ମେଘା ଗୁଣ୍ଠା) ପଟାଙ୍ଗୀ ବ୍ଲକ ଅନ୍ତର୍ଗତ ପୁକାଲି ଗ୍ରାମପଞ୍ଚାୟତର କରଞ୍ଜଗୁଡ଼ା ଗ୍ରାମ ନିକଟସ୍ଥ ସାକୀଡି ଗେଡା (ନଦୀ) ଅତଡ।ରୁ ଘର ଲିପା ମାଟି (ଚୂନ) ଆଣିବା ନିମନ୍ତେ ଯାଇ ମାଟି ଖୋଳୁଥିବା ସମୟରେ ଅତଡା ମାଟି ଖସିବା ଯୋଗୁଁ ଚନ୍ଦକା ଗ୍ରାମ ପଞ୍ଚାୟତର ତିନିଜଣ, ଦୁଇ ଜଣ ମହିଳା ଓ ଜଣେ ପୁରୁଷଙ୍କର ମୃତ୍ୟୁ ଘଟିବାବେଳେ ଦୁଇ ଜଣ ମହିଳା ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ ସକାଳ ୧୦ ଟା ସମୟରେ ଚନ୍ଦକା ଗ୍ରାମ ପଞ୍ଚାୟତର ବେନିଆଗୁଡ଼ା, ନୂଆଗୁଡା ଓ ଦଳପତି ଗୁଡ଼ାର କିଛି ମହିଳା ଏକ ଅଟୋ ସାହାଯ୍ୟରେ ୧୫ କିଲୋମିଟର ଦୂରତା ବିଶିଷ୍ଟ ପୁକାଲି ଗ୍ରାମ ପଞ୍ଚାୟତର କରଞ୍ଜ ଗୁଡ଼ା ଗ୍ରାମର ସାକଡି ଗେଡା (ନଦୀ) ର ଅତଡ଼ାରେ ଘର ଲିପା ମାଟି ଖୋଳି ପ୍ରଥମ ଥର ଗାଡିକୁ ଆଣି ସାରିବା ପରେ ଦ୍ୱିତୀୟ ଥର ଖୋଳୁଥିବା ସମୟରେ ପ୍ରାୟ ୧୨ ଟା ସମୟରେ ମାଟି ଧସିବା ଫଳରେ ଅଟ ଡ୍ରାଇଭରଙ୍କ ସହ ଚାରିଜଣ ମହିଳା ଉକ୍ତ ମାଟି ଭିତରେ ପୋତି ହୋଇଯାଇଥିଲେ। ଗ୍ରାମର ଲୋକମାନେ ସେମାନଙ୍କୁ ବାହାର କରିବା ପରେ ଗୁରୁତର ଥିବା ଦୁଇଟି ମହିଳାଙ୍କୁ ଏକ ଅଟୋ ସାହାଯ୍ୟରେ ପଟାଙ୍ଗୀ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଥିଲା ଏବଂ ଦୁଇଟି ମହିଳା ଓ ଅଟୋ ଡ୍ରାଇଭରଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ଗ୍ରାମବାସୀମାନେ ସୂଚନା ଦେଇଛନ୍ତି। ଗ୍ରାମବାସୀଙ୍କ ସୂଚନା ଅନୁଯାୟୀ ମୃତ୍ୟୁ ବରଣ କରିଥିବା ଅଟୋ ଚାଳକ ବେନେଙ୍ଗ ଗୁଡ଼ା ଗ୍ରାମର ବିଶୁ ଖିଲ ବୟସ (୩୫) ନୂଆଗୁଡା ଗ୍ରାମର ପଲେସି ଚମ୍ପା ବୟସ (୨୨) ଦଳପତି ଗୁଡାର ଜୟନ୍ତି ପେଦାକାପୁ ବୟସ (୧୫) ହୋଇଥିବା ବେଳେ ଗୁରୁତର ଦୁଇ ଜଣ ନୂଆଗୁଡା ଗ୍ରାମର ଧନେଇ ପାଲେସି ବୟସ ୪୦ ଙ୍କୁ ଅଣ୍ଟାରେ ମାଡ଼ ଓ ଧାନମତି ପାଲେସି ବୟସ (୧୫) ନାବାଳିକାଙ୍କୁ ଗୋଡ଼ରେ ମାଡ଼ ବାଜିଥିବା ଜଣାପଡିଛି।