Odiapua.com

ଗ୍ରାମୀନୀ କିଶାନ ବିକାଶ ଆଗ୍ରୋ ଉଦ୍ଦେଶ୍ୟ ସମବାୟ ସମିତି ବୈଠକ

କୋରାପୁଟ ୦୮-୧୧(ଓଡିଆ ପୁଅ /ରଂଜନ ଦାସ)ସ୍ଥାନୀୟ ଆଦିବାସୀ ସଂଗ୍ରହାଳୟ ସଭାଗୃହଠାରେ  କୋରାପୁଟ ,ମାଲାକାନଗିରି ଓ ନବରଙ୍ଗପୁର ଜିଲ୍ଲାର ଗ୍ରାମୀନୀ କିଶାନ ବିକାଶ ଆଗ୍ରୋ ଉଦ୍ଦେଶ୍ୟ ସମବାୟ ସମିତିର ସଭ୍ୟ/ସଭ୍ୟାମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରେ ସମିତିର ମୁଖ୍ୟ ପ୍ରୋତ୍ସାହକ ମନୋରଞ୍ଜନ ବେହେରା ,ଉପସଭାପତି କାର୍ତିକ ଚନ୍ଦ୍ର ବେହେରା,ପଶ୍ଚିମ ଓଡିଶାର ମୁଖ୍ୟ ବାମଦେବ ସାହୁ ,ଜୋନ ମୁଖ୍ୟ ମାଧବ ମାଳି ଓ ରମେଶ ନାଗ ପ୍ରମୁଖ ଉପସ୍ଥିତ ଥିଲେ ।ଚାଷୀମାନଙ୍କର ଚାଷର ଉନ୍ନତି କରିବା ସହ ତାଙ୍କ ପିଲାମାନଙ୍କର ଶିକ୍ଷାର ବିକାଶ କରିବା ସମବାୟ ସମିତିର ମୂଳ ଲକ୍ଷ୍ୟ ବୋଲି ମନୋରଞ୍ଜନ ବେହେରା ପ୍ରକାଶ କରିଛନ୍ତି ।ଏହି ଅବସରରେ କରୋନା ଯୋଦ୍ଧାଭାବେ ସାମ୍ବାଦିକମାନଙ୍କୁ କରୋନା ଯୋଦ୍ଧାଭାବେ ଉପଢୈାକନ ଓ ମାନପତ୍ର ଦେଇ ସମ୍ବର୍ନ୍ଧନା କରାଯାଇଥିଲା । ଶିକ୍ଷାର ବିକାଶ ନିମନ୍ତେ ୧୩୨ ଜଣ ପିଲାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା ।