Odiapua.com

ଗୋଳା ବାରୁଦ ଗୋଦାମକୁ ବିରୋଧକରି ଗ୍ରାମବାସୀ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

କୋରାପୁଟ ; ତା୦୭-୦୯-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) କୋଟପାଡ ବ୍ଲକ ଅନ୍ତର୍ଗତ କୁସୁମି ଗ୍ରାମପଂଚାୟତର ସାରିଗୁଡାଠାରେ ପ୍ରସ୍ତାବିତ ଗୋଳାବାରୁଦ ଗୋଦାମ ଗୃହ ନିର୍ମାଣକୁ ବିରୋଧ କରି ଆଜି ଶତାଧିକ ଗ୍ରାମବାସୀ ବିଶେଷକରି ମହିଳାମାନେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିବା ଜଣାପଡିଛି।ସାରିଗୁଡା ଗ୍ରାମଠାରୁ ୪୦୦ ମି ଦୂରେ ଗୋଳାବାରୁଦ ଗୋଦାମ କରିବାକୁ ପଲ୍ଲିସଭା କରାଯାଇଥିଲା କିନ୍ତୁ ଗ୍ରାମବାସୀ ଏହାକୁ ବିରୋଧ କରିଥିଲେ।ପରବର୍ତି ସମୟରେ ଉକ୍ତ ସଂସ୍ଥା ଉକ୍ତ ସ୍ଥାନରେ ବାଲି ପକେଇଥିବାରୁ ଗ୍ରାମବାସୀମାନେ ଏହାକୁ ବନ୍ଦ କରିବାକୁ କୋରାପୁଟ ଜିଲ୍ଲାପାଳଙ୍କୁ ଭେଟିବାକୁ ଆସିଥିଲେ।

ଏହି ଗୋଦାମ ନିର୍ମାଣ ହେଲେ ଗ୍ରାମର ପରିବେଶ ଓ ପରମ୍ପରା ଉପରେ ପ୍ରଭାବ ପକେଇବ ବୋଲି ଗ୍ରାମର ଦେବୀ ଶଂକର ବ୍ରହ୍ମା ପ୍ରକାଶ କରିଥିଲେ।ଗତ ଜୁଲାଇମାସ ୨୬ ତାରିଖରେ ପଲ୍ଲିସଭାରେ ଗୋଦାମ ଗୃହ ନିର୍ମାଣ କରିବାକୁ ଗ୍ରାମବାସୀମାନେ ବିରୋଧ କରିବା ସତ୍ୱେ କାହାର ଅନୁମତି ନେଇ ଉକ୍ତ ସଂସ୍ଥା ବାଲି ଓ ପଥର ପକାଇଲା ବୋଲି ସେ ପ୍ରଶ୍ନ କରିଥିଲେ। ଉକ୍ତ ସ୍ଥାନରେ ଥିବା ଜଙ୍ଗଳ ଉପରେ ଗ୍ରାମବାସୀ ପୂରାପୂରୀ ନିର୍ଭର କରୁଥିବାରୁ ଗୋଦାନ କରିବାକୁ ଦେବୁ ନାହିଁ ବୋଲି ଗ୍ରାମର ମହିଳା ରାଧାମଣି ସୂଚନା ଦେଇଥିଲେ।