Odiapua.com

ଗୋଡ଼ ଖସି ପୋଖରୀରେ ବୁଡ଼ି ମହିଳାଙ୍କ ମୃତ୍ୟୁ

କୋରାପୁଟ :୨୭/୧୦ (ଓଡ଼ିଆ ପୁଅ/ଅଭିନାଶ ଜାନାମ) କୋରାପୁଟ ଜିଲ୍ଲାର ପାଡ଼ୁଆଥାନା ଅନ୍ତର୍ଗତ ଭେଜା ଗ୍ରାମପଞ୍ଚାୟତର ବାରବା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ମହିଳା ଜଣକ ନିଜ ଚାଷ ଜମିରେ ଧାନ ଫସଲ ଦେଖି ନିଜ ଘରକୁ ପେରୁଥିବା ସମୟରେ ଜମି ନିକଟରେ ଥିବା ପୋଖରୀରେ ଗୋଡ଼ହାତ ସପା କରୁଥିବା ବେଳେ ଗୋଡ଼ ଖସି ମୃତ୍ୟୁ ବରଣ କରିଥିବା ନେଇ ମୃତ ମହିଳାଙ୍କ ସ୍ଵାମୀ ଆଜି ପାଡ଼ୁଆଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସୂଚନା ଅନୁଯାୟୀ ଗତକାଲି ଅପରାହ୍ନରେ ବାରବା ଗ୍ରାମର ଭଗବାନ ଶୀଶା (ବିକ) ସ୍ତ୍ରୀ ସୁରମା ଶୀଶା (୪୭)ନିଜ ଚାଷ ଜମିରେ ଧାନ ଫସଲ ଦେଖି ନିଜ ଘରକୁ ପେରୁଥିବାବେଳେ ନିକଟରେ ଥିବା ପୋଖରୀକୁ ଯାଇଥିଲେ। କୌଣସି କାରଣ ବସତଃ ଗୋଡ଼ ଖସି ଯିବାରୁ ଗଭୀର ପାଣି ରେ ବୁଡ଼ି ମୃତ୍ୟୁ ବରଣ କରିଥିଲେ। ସନ୍ଧ୍ୟା ହେବା ପରେ ମହିଳା ଜଣକ ଘରକୁ ନପେରିବାରୁ ପରିବାର ଲୋକ ବହୁ ଖୋଜା ଖୋଜି କରି ଘରକୁ ପେରିଥିଲେ। ଆଜି ସକାଳେ ଗାଁ ନିକଟ ପୋଖରୀ ମଧ୍ୟରେ ଶବ ଭାସୁଥିବା ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ। ପୋଖରୀ ନିକଟରେ ଯାଇ ମୃତ ମହିଳାଙ୍କ ସ୍ୱାମୀ ଚିହ୍ନଟ କରି ଏନେଇ ପାଡ଼ୁଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପାଡ଼ୁଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମହିଳାଙ୍କ ଶବ ଉଦ୍ଧାର କରିଛି। ପାଡ଼ୁଆ ଥାନାରେ ଏକ ଅପମୃତ ମାମଲା ରୁଜ୍ଜୁ ହୋଇ ଥିବା ଜଣାପଡିଛି। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପାଡ଼ୁଆ ଥାନା ଅଧିକାରୀ ସୂଚନା ଦେଇଛନ୍ତି।