Odiapua.com

ଗୁରୁତର ଆହତ ବ୍ୟକ୍ତିର ଚିକିତ୍ସା ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ

କୋରାପୁଟ ୦୯-୦୫-୧୯(ଓଡିଆ ପୁଅ /ରଂଜନ କୁମାର ଦାସ)କୋରାପୁଟର ଜଣେ ଗୁରୁତର ଆହତ ବ୍ୟକ୍ତିର ଚିକିତ୍ସା ନିମନ୍ତେ ରେଡକ୍ରସ ତରଫରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। କୋରାପୁଟ ସ୍ଥିତ ଗାନ୍ଧି ନଗରର ସଂଗ୍ରାମ କେଶରୀ ପ୍ରଧାନୀଙ୍କୁ କିଛି ସାହି ବାସିନ୍ଦା ମରଣାତ୍ମକ ଆକ୍ରମଣ କରିଥିବାରୁ ସେ ଏବେ ଗୁରୁତର ଅବସ୍ଥାରେ ବ୍ରହ୍ମପୁରରେ ଚିକିତ୍ସିତ ହେଉଛନ୍ତି। କୋରାପୁଟ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସିଦ୍ଧାର୍ଥ ପଟନାୟକ ଆଜି ୧୫ ହଜାର ଟଙ୍କାର ଏକ ଚେକ ସୁକାନ୍ତି ପ୍ରଧାନୀଙ୍କୁ ପ୍ରଦାନ କରିଥିଲେ।