Odiapua.com

ଗାଡି ଯାଂଚ ମାଧ୍ୟମରେ ଚାଳକଙ୍କୁ ସଚେତନ କରାଉଛି ପୋଲିସ

କୋରାପୁଟ ୧୬-୦୯ (ଓଡିଆ ପୁଅ /ରଂଜନ କୁମାର ଦାସ) ନୂତନ ମୋଟର ଯାନ ନିୟମ ଲାଗୁହାବେ ପରେ ଜନ ସାଧାରଣ ଜରିମାନାକୁ ନେଇ ଭୟଭୀତ ହୋଇ ପଡିଥିବାବେଳେ କୋରାପୁଟ ଟାଉନ ଥାନା ପକ୍ଷରୁ ସୋମବାର ଯାନ ବାହାନ ଯାଂଚ କରା ଯାଇ ଗାଡି ଚାଳକ ମାନଙ୍କୁ ସଚେତନତା କରା ଯାଇଥିଲା। ଟାଉନ ଥାନା ଅଧିକାରୀ କ୍ଷୀରେଶ୍ୱର ସାହୁ ଥାନା କର୍ମଚାରୀଙ୍କୁ ନେଇ କୋରାପୁଟ ଉପ-ଜିଲାପାଳ ଅଫିସ ଛକରେ ମୋଟରସାଇକଲ, ଅଟୋରିକ୍ସା ଓ କାର ଗୁଡିକ ଯାଂଚ କରିଥିଲେ। ଯାଂଚ ସମୟରେ ଗାଡି ଚାଳକ ମାନଙ୍କ ଠାରୁ କୌଣସି ଜରିମାନା ଆଦାୟ କରା ନଯାଇ ହେଲମେଟ ପିନ୍ଧିବା, ସିଟବେଲ୍ଟ ବାନ୍ଧିବା ଓ ମଦ୍ୟପାନ ନକରି ଗାଡି ଚଳାଇବା ପାଇଁ ପରାମର୍ଶ ଦିଆ ଯାଇଥିବାବେଳେ ହେଲମେଟ ପିନ୍ଧିନଥିବା ବାଇକଚାଳକ ମାନଙ୍କୁ ତୂରନ୍ତ ହେଲମେଟ କିଣିବାକୁ କୁହାଯାଇଥିଲା। ପୋଲିସର ଏପରି ଯାଂଚ ଓ ସଚେତନତା ବାର୍ତ୍ତାରେ ଗାଡି ଚାଳକ ଏବଂ ସାଧାରଣ ଯାତ୍ରୀ ସନ୍ତୋଷ ବ୍ୟକ୍ତ କରିବା ସହ ଭବିଷ୍ୟତରେ ସେମାନେ ବିନା ହେଲମେଟରେ ଘରୁ ବାଇକ କାଢିବେ ନାହିଁ ବୋଲି ପ୍ରତିକ୍ରିୟା ରଖିଥିଲେ ଓ ପୁଲିସ କର୍ମଚାରୀ ମାନଙ୍କୁ କୃତଜ୍ଞତା ଜଣାଇଥିଲେ।