Odiapua.com

ଗର୍ଭବତୀ ନାବାଳିକାକୁ ଉଦ୍ଧାର କଲା ପ୍ରଶାସନ

କୋରାପୁଟ ୧୪-୦୫ (ଓଡିଆ ପୁଅ/ରଂଜନ କୁମାର ଦାସ)କୋରାପୁଟ ଜିଲ୍ଲା ପ୍ରଶାସନ ଦ୍ୱାରା ଜଣେ ଗର୍ଭବତୀ ନାବାଳିକାକୁ ଉଦ୍ଧାର କରାଯାଇଥିବା ଜଣାପଡିଛି। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାଜଶ୍ରୀ ଦାସ, ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷା ଡ. ଗାୟତ୍ରୀ ଦେବୀ, ସଖୀ ଅନୁଷ୍ଟାନର ପ୍ରଶାସନିକ ଅଧିକାରୀ ଶୀବାନୀ ପାତ୍ର ପ୍ରମୁଖ ବିସିଂହପୁର ଯାଇ ଉଦ୍ଧାର କରିଥିଲେ। ବିସିଂହପୁର ଥାନାରେ ଏକ ଏତାଲା ଦିଆଯାଇଥିବା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାଜଶ୍ରୀ ଦାସ ସୂଚନା ଦେଇଛନ୍ତି। ନାବାଳିକାକୁ ୧୩ ବର୍ଷ ହୋଇଥିବା ବେଳେ ୭ ମାସର ଗର୍ଭବତୀ ରହିଥିବା ସେ ପ୍ରକାଶ କରିଥିଲେ। ତାକୁ ଏବେ କୋରାପୁଟ ହସପିଟାଲରେ ଥିବା ସଖି ଅନୁଷ୍ଠାନରେ ରଖାଯାଇଛି ଏବଂ ଆସନ୍ତାକାଲି ଶିଶୁ ମଙ୍ଗଳ କମିଟି ନିକଟରେ ହାଜର କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।