Odiapua.com

ଗଞ୍ଜେଇ ଭର୍ତ୍ତି କଣ୍ଟେନର ଜବତ , ଦୁଇ ଜଣ ଗିରଫ

କୋରାପୁଟ : ୫/୬ (ଓଡ଼ିଆ ପୁଅ/ଅଭିନାଶ ଜାନାମ) ଜିଲ୍ଲାର ମାଛକୁଣ୍ଡ ଓ ଲୋମତାପୁଟ ପୋଲିସ କୁ ମିଳିଛିଏକ ବଡ଼ ସପଳତା। ଗଞ୍ଜେଇ ଚରାଚାଲାଣ ବେଳେ ଏକ କଣ୍ଟେନର ଗାଡ଼ିରୁ ୮୩୦କିଲୋ ଓଜନ ର ୩୧ଗୋଟି ଗଂଜେଇ ବସ୍ତା ଜବତ କରିବା ସହ ଦୁଇ ଅଭିଯୁକ୍ତକୁ ଗିରଫ କରିବା ରେ ସପଳତା ହୋଇଛି। କୌଣସି ସୂତ୍ରରୁ କୋରାପୁଟ ଜିଲ୍ଲା ଆରକ୍ଷୀ ଅଧିକାରୀ ଗଞ୍ଜେଇ ଚାଲାଣ ହେଉଥିବା ନେଇ ଖବର ପାଇ। ନନ୍ଦପୁର ଏସ୍ଡିପିଓ ନିର୍ଦ୍ଦେଶ ଦେଇଥିଲେ ନିର୍ଦ୍ଦେଶ କ୍ରମେ ନନ୍ଦପୁର ଏସ୍ଡିପିଓ ନେତୃତ୍ୱରେ ୨ଟି ଟିମ ଗଠନ କରି ଲୋମତାପୁଟ ର ବିଭିନ୍ନ ଛକ ରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ସାହୁପୁଟ ଓ ସଗର ଅଞ୍ଚଳରୁ ଏକ କଣ୍ଟେନର ଗାଡ଼ି ଦୃତ ଗତିରେ ଆସୁଥିବା ନେଇ ସନ୍ଦେହ କରି ଗାଡ଼ି ଟିକୁ ଅଟକ ରଖି ଯାଞ୍ଚ ସମୟରେ ଗଞ୍ଜେଇ ଭର୍ତ୍ତି ବସ୍ତା ଥିବା ନେଇ ପୋଲିସ ଜାଣିବା ପରେ ଲମତାପୁଟ ପାଣ୍ଡି ପରିସରକୁ ଅଣାଯାଇ ବସ୍ତା ବସ୍ତା ଗଞ୍ଜେଇ କଣ୍ଟେନର ଏକ ସ୍ୱତନ୍ତ୍ର ଚାମ୍ବର ରେ ଗଞ୍ଜେଇ ଭର୍ତ୍ତି ନେଇ ମାଛକୁଣ୍ଡ ଓ ଲୋମତାପୁଟ ପୋଲିସ ଦେଖିବାକୁ ପାଇଥିଲେ। ପରେ ଜବତ ୩୧ ଗୋଟି ବସ୍ତା ଓହ୍ଲାଇବା ପରେ ଓଜନ କରାଯାଇଥିଲା। ୩୧ଗୋଟି ବସ୍ତା ରୁ ୮୩୦କିଲୋ ଗଞ୍ଜେଇ ରହିଥିବା ଜାଣିବାକୁ ପାଇଥିଲେ। ଜବତ ଗଞ୍ଜେଇ ର ଆନୁମାନିକ ୮୦ଲକ୍ଷ ଟଙ୍କା ର ହେବ ବୋଲି ନନ୍ଦପୁର ଏସ୍ଡିପିଓ ସୂଚନା ଦେଇଛନ୍ତି। ଘଟଣା ରେ ସମ୍ପୃକ୍ତ ଉତ୍ତର ପ୍ରଦେଶ ସୁନୀଲ କୁମାର ଅଙ୍କିତ ସିଂ ଙ୍କୁ ଗିରପ କରିବା ସହ ଦୁଇଟି ମୋବାଇଲ ଓ ୩୫୦୦ଟଙ୍କା ଜବତ କରିଛି ପୋଲିସ।